fbpx

West Bengalରେ ଚାଲିଛି କ’ଣ: ମମତା କହୁଛନ୍ତି ମୁଁ ବଡ଼, ଧନଖର କହୁଛନ୍ତି ମୁଁ ବଡ଼

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ନୂଆ ବିବାଦ । ଗତକାଲିଠାରୁ ରାଜ୍ୟପାଳ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ତାଙ୍କର ବିନା ଅନୁମତିରେ ବିଧାନସଭା ଅଧିବେଶନ ଚାଲିପାରିବ ନାହିଁ ରାଜ୍ୟପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ଆସନ୍ତା ସପ୍ତାହରେ ବିଧାନସଭା ଅଧିବେଶନ ବସିବାକୁ ଥିବାବେଳେ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜାରି ରହିଛି ।

ତେବେ ରାଜ୍ୟପାଳଙ୍କ ଏହି କଠୋର ନିଷ୍ପତ୍ତିକୁ କଡ଼ା ନିନ୍ଦା କରିଛି ତୃଣମୂଳ କଂଗ୍ରେସ । ଏନେଇ ଟିଏମସିର ମୁଖପାତ୍ର କହିଛନ୍ତି ଯେ, ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ଅସାମ୍ବିଧାନିକ । ତେଣୁ ଏହି ନିଷ୍ପତ୍ତି ବିରୋଧରେ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ମମତା ରାଜ୍ୟପାଳଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦେଇଥିଲେ । ଏଥିସହ ରାଜ୍ୟପାଳ ଫୋନ ଟ୍ୟାପିଂ କରିବା ସହ ମୁଖ୍ୟ ସଚିବ ଓ ଡିଜିପିଙ୍କୁ ଧମକ ଦେଉଥିବା ନେଇ ଅଭିଯୋଗ ଆଣିଥିଲେ । ଗତବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ବିଜେପି ଓ ଦିଦିଙ୍କ ମଧ୍ୟରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଉପନିର୍ବାଚନରେ ଜିତି ଦିଦି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ ହେଁ ସାଧାରଣ ନିର୍ବାଚନରେ ନନ୍ଦିଗ୍ରାମରେ ପରାଜୟର ସ୍ୱାଦ ଚାଖିଥିଲେ । ସେ ସମୟରୁ ବିଭିନ୍ନ ସମୟରେ ଦିଦିଙ୍କ ସହିତ ବିଜେପିର ଅହି ନକୁଳ ସମ୍ପର୍କ ରହି ଆସିଛି । ଅନେକ ସମୟରେ ହିଂସାକାଣ୍ଡରେ ଟିଏମସି ଓ ବିଜେପିର ଏକାଧିକ କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବାର ଦେଖାଯାଇଛି ।

Get real time updates directly on you device, subscribe now.