ରାଉରକେଲା: ସ୍ୱାସ୍ଥ୍ୟ ବିଭାଗର ମୁର୍ଖାମୀ ପଦାରେ ପଡ଼ିଛି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।
ମୃତ ଡାକ୍ତରଙ୍କର ବଦଳି କରାଯିବା ନେଇ ଆସିଛି ଖବର । ସୁନ୍ଦରଗଡ଼ ବିରକେରା ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନେଇ ଆସିଛି ଚିନ୍ତାଜନକ ଖବର ।
୨ ମାସ ର୍ପୂବେ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ତାଙ୍କର ପ୍ରମୋଶନ ସାଙ୍ଗକୁ ବଦଳି ହୋଇଛି । ମୃତ ଡା. ସ୍ମୃତି ରଞ୍ଜନ ସାମଲଙ୍କର ଟ୍ରାନ୍ସଫର ସୁନ୍ଦରଗଡ଼ ଜିଲ୍ଲା ହେଡ୍ କ୍ୱାର୍ଟର୍ସ ଡାକ୍ତରଖାନାକୁ ହୋଇଛି।
୪ ବର୍ଷୀୟ ଡାକ୍ତର ଏକମାସ ପର୍ଯ୍ୟନ୍ତ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଏପ୍ରିଲ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସ୍ମୃତିଙ୍କ ବଦଳି ନେଇ ଅର୍ଡର ଆସିବା ପରେ ସିଡିଏମଓ ଡା. ଗୁରୁପ୍ରସାଦ ସ୍ୱାସ୍ଥ୍ୟ ବିଭାଗକୁ ସ୍ମୃତିଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିବା କହିଛନ୍ତି ।
ଏ ନେଇ ବିଭାଗ ପକ୍ଷରୁ ପରବର୍ତ୍ତୀ ଅର୍ଡର ଜାରି କରାଯାଇ ନାହିଁ ।