Breaking: ଆଉ ହନ୍ତସନ୍ତ ହେବେନି କୃଷକ ବନ୍ଧୁ, ପ୍ରତ୍ୟେକ ବ୍ଲକରେ ନିର୍ମାଣ ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର: ପ୍ରତି ବ୍ଲକରେ ଗୋଟିଏ ଶୀତଳ ଭଣ୍ଡାର ଖୋଲାଯିବ । ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅତିରିକ୍ତ ଉତ୍ପାଦକୁ ଷ୍ଟୋର କରି ରଖିବା ପାଇଁ ଶୀତଳ ଭଣ୍ଡାର ଖୋଲାଯିବ । ଯେଉଁଠାରେ ମଣ୍ଡି ବ୍ୟବସ୍ଥା ନାହିଁ ସେଠାରେ ମଣ୍ଡି ସୁବିଧା କରାଯିବ ।

ଚାଷୀଙ୍କ ପ୍ରଡକ୍ଟ ନଷ୍ଟ ହେବ ନାହିଁ । ଚାଷୀ ଉତ୍ପାଦନର ସଠିକ୍ ମୂଲ୍ୟ ପାଇବେ ।