fbpx

ମନରେଗାକୁ ନେଇ କଠୋର ହେଲେ ସରକାର, ଏବେ ବିନା କାମରେ ମିଳିବନି ଟଙ୍କା, ଦଲାଲୀ ହେବ ଶେଷ

ନୂଆଦିଲ୍ଲୀ: ସରକାର ଭ୍ରଷ୍ଟାଚାର ଏବଂ ଦୁର୍ନୀତି ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ ଉଠାଇବାକୁ ଯାଇ ମନରେଗା ଆଇନକୁ ଅଧିକ କଡ଼ା କରିବାକୁ ପ୍ରସ୍ତୁତି କରୁଛନ୍ତି । ଯଦି ଏଭଳି ହୁଏ ତେବେ ଆଗକୁ ମନରେଗାରେ ଉପକୃତ ହେଉଥିବା ଲାଭାର୍ଥୀଙ୍କୁ ବିନା କାମରେ ଟଙ୍କା ମିଳିବ ନାହିଁ । ଏହା ସହ ଦଲାଲୀ ଉପରେ ମଧ୍ୟ ରୋକ ଲାଗିବ ।

ଏକ ରିପୋର୍ଟ ଅନୁଯାୟୀ ଗତ ୨ ବର୍ଷ ମଧ୍ୟରେ ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମରେ ଅନେକ ଗଡ଼ବଡ଼ ଦେଖିବାକୁ ମିଳିଥିଲା । ଦଲାଲଙ୍କ ଯୋଗୁଁ ଲାଭାର୍ଥୀଙ୍କୁ ବିନା କାମରେ ଟଙ୍କା ମିଳୁଛି । ଏହା ବଦଳରେ ଦଲାଲ ସେମାନଙ୍କ ଠାରୁ କମିଶନ ନେଉଛନ୍ତି । ଏବେ ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ଅନେକ ଥର ଅନ୍ୟ ନାମରେ ଦଲାଲ ଟଙ୍କା ଉଠାଉଛନ୍ତି । ଏହା ଯୋଗୁଁ ୨ ବର୍ଷରେ ବଜେଟ ଅନୁମାନ ବଢ଼ିଛି ।

ରିପୋର୍ଟରେ କୁହାଯାଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସିଧା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପହଞ୍ଚିବାରେ ସଫଳ ହୋଇଛି କିନ୍ତୁ ଏମିତି ଦଲାଲ ଅଛନ୍ତି ଯେଉଁମାନେ ଲୋକଙ୍କୁ କହୁଛନ୍ତି ଯେ ମନରେଗା ଲିଷ୍ଟରେ ନାମ ରେଜିଷ୍ଟର କରିପାରିବେ କିନ୍ତୁ ଏହାପରେ କିଛି ଟଙ୍କା ତାଙ୍କୁ ଦେବାକୁ ହେବ ।

ସରକାର ୨୦୨୨-୨୩  ପାଇଁ ୭୩,୦୦୦ କୋଟି ଟଙ୍କା ବଣ୍ଟନ କରିଛନ୍ତି । ଯାହା କରାଯାଇଥିବା ଅନୁମାନ ୯୮,୦୦୦ କୋଟିର ୨୫% କମ୍ । ୨୦୨୦-୨୧ରେ ୧.୧୧ ଲକ୍ଷ କୋଟି ଟଙ୍କା ବଣ୍ଟନ କରିଥିଲେ ।

Get real time updates directly on you device, subscribe now.