fbpx

ସାବଧାନ୍‌: ପବନରେ ୧୦ ମିଟରରୁ ଅଧିକ ଦୂର ବ୍ୟାପିପାରେ କରୋନା, ସରକାରଙ୍କ ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ: ଦେଶରେ ହଇଚଇ ସୃଷ୍ଟି କରୁଥିବା କରୋନା ଭାଇରସ୍ ପବନରେ ବ୍ୟାପିପାରେ , ଯାହାକୁ ସରକାର ମଧ୍ୟ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିଛନ୍ତି । ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା କାର୍ଯ୍ୟାଳୟ ଅନୁସାରେ, କରୋନା ଭାଇରସର ବ୍ୟାପିବାର ପ୍ରମୁଖ କାରଣ ହେଉଛି ଏୟରୋସୋଲ ଓ ଡ୍ରପଲେଟ୍ସ । କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଡ୍ରପଲେଟ୍ସ ପବନରେ ୨ ମିଟର ପର୍ଯ୍ୟନ୍ତ ବ୍ୟାପିପାରେ, କିନ୍ତୁ ଏୟରୋସୋଲ ଏହି ଡ୍ରପଲେଟ୍ସକୁ ୧୦ ମିଟରରୁ ଅଧିକ ଦୂର ବଢାଇପାରେ ଓ ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟି କରେ । ଏଥିରୁ ସ୍ପଷ୍ଟ ହେଉଛି କି, ବର୍ତ୍ତମାନ କରୋନାରୁ ରକ୍ଷା ପାଇବାକୁ ହେଲେ ୧୦ ମିଟର ଦୂରତା ବି ପର୍ଯ୍ୟାପ୍ତ ନୁହେଁ ।

ବୈଜ୍ଞାନିକଙ୍କ ମତରେ, ସଂକ୍ରମିତ ରୋଗୀଙ୍କ ନିଶ୍ୱାସ, କଥା କହିବା, ଗୀତ ଗାଇବା, ହସିବା, କାଶିବା, ଛିଙ୍କିବା ଦ୍ୱାରା ଏହି ଭାଇରସ୍ ଲାଳ ଓ ନାକରୁ ନିର୍ଗତ ହୁଏ ଓ ଅନ୍ୟମାନଙ୍କୁ ସଂକ୍ରମଣ କରିପାରେ । ଏଥିପାଇଁ ଭାଇରସରୁ ରକ୍ଷା ପାଇବା ପାଇଁ କରୋନାର ପ୍ରୋଟୋକଲକୁ ଅନୁସରଣ କରନ୍ତୁ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ସହ ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ଉଚିତ । ଜଣେ ସଂକ୍ରମିତ ରୋଗୀଙ୍କ ଠାରେ ଲକ୍ଷଣ ଦେଖାଯିବାକୁ ୨ ସପ୍ତାହ ସମୟ ଲାଗିଥାଏ, ଯେଉଁ ସମୟରେ ଏହା ଅନ୍ୟମାନଙ୍କୁ ସଂକ୍ରମଣ କରିପାରେ । ଏହା ବ୍ୟତିତ କିଛି ଲୋକଙ୍କଠାରେ ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ ସେମାନେ କରୋନାରେ ସଂକ୍ରମିତ ହୋଇଥାନ୍ତି ।

ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ, ବନ୍ଦ ଓ ଭେଣ୍ଟିଲେଟେଡ ଇନଡୋର ସ୍ଥାନରେ ଡ୍ରପଲେଟ୍ସ ଓ ଏୟରୋସୋଲ କରୋନା ଭାଇରସ୍ ବ୍ୟାପିବା ଅଧିକ ବଢିଥାଏ । ଗାଇଡଲାଇନ ଅନୁଯାୟୀ, ଗ୍ଲାସ, ପ୍ଲାଷ୍ଟିକ ଏବଂ ଷ୍ଟେନଲେସ ଷ୍ଟିଲରେ ଏହି ଜୀବାଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ । ତେଣୁ, ଏହି ଜିନିଷଗୁଡିକର ନିୟମିତ ସଫା କରିବା ଆବଶ୍ୟକ ।

Get real time updates directly on you device, subscribe now.