fbpx

ଲଖୀମପୁର ମାମଲାରେ ଅଜୟ ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଉଛି ବିଜେପି ସରକାର: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ଅଜୟ ମିଶ୍ରଙ୍କୁ ବିଜେପି ସରକାର ଘଣ୍ଟ ଘୋଡ଼ାଉଥିବା ନେଇ ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କା ଗାନ୍ଧୀ । ରବିବାର ଉତ୍ତର ପ୍ରଦେଶ ବାରଣାସୀରେ କିଷାନ ନ୍ୟାୟ ରାଲିରେ ଯୋଗଦେବା ଅବସରରେ କଂଗ୍ରେସ ଲିଡର ପ୍ରିୟଙ୍କା ଗାନ୍ଧୀ ବିଜେପି ଉପରେ ଏହି ଅଭିଯୋଗ କରିଛନ୍ତି । ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କୁ ପୁଅଙ୍କୁ ବଞ୍ଚାଇବାରେ ଲାଗିଛି ଲଖିମପୁର ଖେରୀ ମାମଲାରେ ।

ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରତ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇବାରୁ ଚାରି ଚାଷୀଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରିୟଙ୍କା କହିଛନ୍ତି ସେମାନଙ୍କ ପରିବାର ଏବେ ନ୍ୟାୟ ମାଗୁଛନ୍ତି କିନ୍ତୁ ସବୁ ବିଜେପି ନେତା ତାଙ୍କୁ ଘଣ୍ଟ ଘୋଡ଼ାଇବାରେ ବ୍ୟସ୍ତ ।

ପ୍ରିୟଙ୍କା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଲୁଚାଉଛନ୍ତି । ଏହା ସହ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ଆସି  ଆଜାଦୀ କା ଅମୃତ ମହୋତ୍ସବର କାର୍ଯ୍ୟକୁ ଦେଖିଥିବାବେଳେ ଲଖିମପୁର ଖେରୀରେ ପ୍ରାଣ ହରାଇଥିବା ବ୍ୟକ୍ତଙ୍କ ପରିବାରକୁ ସମ୍ବେଦନା ଜଣାଇବାକୁ ଯାଇନଥିଲେ । ସେପଟେ ଗତକାଲି ଶନିବାର ଅଜୟ ମିଶ୍ରଙ୍କ ପୁଅ ଗିରଫ କରାଯାଇଛି । ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।

Get real time updates directly on you device, subscribe now.