fbpx

Republic Day ଅଗଷ୍ଟ ୧୫ ତାରିଖରେ ପଡ଼େ! ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ଜ୍ଞାନ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିର ସମୟରେ ସରକାରୀ ଚାକିରିର ଗୁରୁତ୍ୱ ଲୋକଙ୍କ ମଧ୍ୟରେ ବହୁମାତ୍ରାରେ ରହିଛି । ତେବେ କିଛି ଲୋକ ସରକାରୀ ଚାକିରି କରିଥିଲେ ହେଁ ଅନେକ ସମୟରେ ସେମାନଙ୍କର ପାରିବା ପଣିଆ ନେଇ ପ୍ରଶ୍ନ ଉଠିଥାଏ । ଦେଶର ରାଷ୍ଟ୍ରପତି କିଏ, ବର୍ଣ୍ଣମାଳା, ଇଂରାଜୀ ଶବ୍ଦର ଉଚ୍ଚାରଣ ଆଦି ସରକାରୀ ଅଧିକାରୀଙ୍କୁ ଜଣାନଥାଏ । ଏଭଳି ସ୍ଥିତିରେ ଉକ୍ତ ସରକାରୀ କର୍ମଚାରୀମାନେ ଜନମାନସରେ ସମାଲୋଚିତ ହିଁ ହୋଇଥାନ୍ତି ।

ନିକଟରେ ଏଭଳି ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସିଓନି ଜିଲ୍ଲାର ଏକ ସରକାରୀ ସ୍କୁଲରେ । ଦେଶର ଏକ ପ୍ରମୁଖ ଦିବସ ସାଧାରଣତନ୍ତ୍ର ଦିବସ କେବେ ପାଳିତ ହୁଏ ବୋଲି ମଧ୍ୟ ଶିକ୍ଷକ ଜାଣିନାହାନ୍ତି । ଟିଚର ଓ ଏଜୁକେସନର ସ୍ପେଲିଂ, ହିନ୍ଦିରେ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣ କେତୋଟି, ସାଧାରଣ ଜ୍ଞାନ କାହାକୁ କୁହାଯାଏ ଏପରି ଅନେକ ପ୍ରଶ୍ନର ଉତ୍ତର ଶିକ୍ଷକମାନେ ଜାଣନ୍ତି ନାହିଁ । ଏପରିକି ନିଜେ ପ୍ରିନ୍ସପାଲଙ୍କୁ ପ୍ରିନ୍ସପାଲ ଶବ୍ଦର ସ୍ପେଲିଂ ମଧ୍ୟ ଜଣାନାହିଁ ।

କେବଳ ଏତିକି ନୁହେଁ, ରାଷ୍ଟ୍ରପତିଙ୍କ ନାମ, ଜୟ ଜବାନ ଜୟ କିଷାନ ନାରା କିଏ ଦେଇଥିଲେ ତାହା ମଧ୍ୟ ଶିକ୍ଷକମାନଙ୍କୁ ଜଣାନଥିଲା । Two’ର ସ୍ପେଲିଂ Tow, Governmentର ସ୍ପେଲିଂ Gorvemeant, Twelveର ସ୍ପେଲିଂ Tewele ବୋଲି ଶିକ୍ଷକ କହିଥିଲେ । First, Second, Thirdର ସ୍ପେଲିଂ ଜଣାନାହିଁ । ରିପବ୍ଲିକ ଡେ କେବେ ପାଳିତ ହୁଏ ତାହା ମଧ୍ୟ ଜଣାନାହିଁ । ଜାତୀୟ ପଶୁ, ଗତକାଲି, ଆସନ୍ତାକାଲି ବିଷୟରେ ଜ୍ଞାନ ନାହିଁ । ସିଓନୀ ଜିଲ୍ଲାର ୪ଟି ବ୍ଲକର ବିଭିନ୍ନ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ଏଭଳି ଅନେକ ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ ।

Get real time updates directly on you device, subscribe now.