ମହିଳାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ଗୋଟିଏ ବର୍ଷରେ ହୋଇଯିବେ ମାଲାମାଲ୍, ୧ହଜାରରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ….

୧ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ ତାରିଖ ।

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ସରକାର ଆଣିଛନ୍ତି ନୂଆ ସ୍କିମ୍ ଯାହା ସାହାଯ୍ୟରେ ମହିଳା ହୋଇଯିବେ ମାଲାମାଲ୍ । ପୋଷ୍ଟ ଅଫିସର ଏହି ସ୍କିମ୍ ୨ ବର୍ଷ ଭିତରେ କରିଦେବ ଲକ୍ଷପତି । ଏହି ସ୍ୱତନ୍ତ୍ର ସ୍କିମର ନାଁ ରହିଛି, ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍ ।

ଫିକ୍ସ ଡିପୋଜିଟରେ ମିଳୁଥିବା ସୁଧ ତୁଳନାରେ ପୋଷ୍ଟ ଅଫିସର ଏହି ସ୍କିମ୍ ଅଧିକ ସୁଧ ଦେଉଛି । ଏହି ନିବେଶରେ ଆବେଦନ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ ତାରିଖ । ଏହି ସ୍କିମ୍ ଘରର ମହିଳା ଓ ଝିଅମାନଙ୍କ ନାଁରେ କରାଯାଇପାରିବ । ଝିଅ ନାଁରେ ସେମାନଙ୍କ ବାପା ମା’ ଟଙ୍କା ଜମା କରିପାରିବେ । ସ୍କିମରେ ଅନ୍ତର୍ଭୁକ୍ତ ହେବା ଲାଗି କୌଣସି ବୟସ ସୀମା ନାହିଁ ।

ଏଥିରେ ମହିଳାମାନେ ୧ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଜମା ଟଙ୍କାର ସୁଧ ପୋଷ୍ଟ ଅଫିସ ପ୍ରତିମାସରେ ଉପଲବ୍ଧ ଆକାଉଣ୍ଟରେ ଜମା ହେବ ।

ଯଦି ଆପଣ ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟରେ ୨ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଆପଣଙ୍କୁ ୩୨,୦୪୪ ଟଙ୍କା ସୁଧ ମିଳିବ । ଅର୍ଥାତ୍ ମୂଳଧନ ଓ ସୁଧକୁ ମିଶାଇ ୨ ମାସରେ ନିବେଶକାରୀଙ୍କୁ ୨,୩୨,୦୪୪ ଟଙ୍କା ପ୍ରାପ୍ତ ହେବ ।
ଯଦି ବର୍ଷକରେ ଆକାଉଣ୍ଟରୁ ପଇସା ବାହାର କରିବାକୁ ଚାହାନ୍ତି ତେବେ, ଜମା ରାଶିର ୪୦% ଟଙ୍କା ହିଁ ବାହାର କରିପାରିବେ ।