fbpx

ମହିଳାଙ୍କ ପାଇଁ ବଡ଼ ନିଯୁକ୍ତି ସୁଯୋଗ… Women Health Worker ପଦରେ ମିଳିପାରିବ ଚାକିରି

ନୂଆଦିଲ୍ଲୀ: ଚାକିରି କରିବାକୁ ଇଚ୍ଛା ରଖୁଥିବା ମହିଳାମାନଙ୍କ ପାଇଁ ଏକ ବଡ଼ ଖୁସି ଖବର । ମହିଳା ସ୍ୱାସ୍ଥ୍ୟକର୍ମୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଫେବୃଆରୀ ୧୩ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି ଆବେଦନ ପ୍ରକ୍ରିୟା । ଉତ୍ତରାଖଣ୍ଡ ଚିକିତ୍ସା ସେବା ଚୟନ ବୋର୍ଡ ତରଫରୁ ଏହି ଭର୍ତ୍ତି ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ବୋର୍ଡର ଅଫିସିଆଲ ୱେବସାଇଟ ukmssb.org ଜରିଆରେ ଇଚ୍ଛୁକ ପ୍ରାର୍ଥି ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ମହିଳା ସ୍ୱାସ୍ଥ୍ୟକର୍ମୀ ପଦବୀରେ ମୋଟ ୩୯୧ ସିଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଅନୁସୂଚିତ ଜାତି ପାଇଁ ୧୭, ଅନୁସୂଚିତ ଜନଜାତି ପାଇଁ ୧୧ ଏବଂ ପଛୁଆ ବର୍ଗ ପାଇଁ ୨୬ଟି ସିଟ୍ ଥିବା ବେଳେ ଆର୍ଥିକ ଦୁର୍ବଳ ବର୍ଗର ପ୍ରାର୍ଥିମାନଙ୍କ ପାଇଁ ୩୮ ଏବଂ ସାଧାରଣ ବର୍ଗ ପାଇଁ ୨୯୯ଟି ପଦବୀ କାଲି ରହିଛି । ଆବେଦନ ଫର୍ମ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜମା କରିବାକୁ ହେବ ।

ଇଚ୍ଛୁକ ପ୍ରାର୍ଥି ମହିଳା ବେସିକ୍ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ କୋର୍ସର ସାର୍ଟିଫିକେଟ ଥିବା ଆବଶ୍ୟକ । ତେବେ ପ୍ରାର୍ଥିଙ୍କ ବୟସ ୧୮ ବର୍ଷରୁ ୪୨ ବର୍ଷ ମଧ୍ୟ ରହିଥିବା ଆବଶ୍ୟକ । ସେହିପରି ନିୟମ ଅନୁସାରେ, ଆରକ୍ଷିତ ବର୍ଗର ପ୍ରାର୍ଥିଙ୍କ ସର୍ବାଧିକ ବୟସରେ ଛାଡ଼ କରାଯାଇଛି । ସାଧାରଣ ଏବଂ ଓବିସି ପାଇଁ ୩୦୦ ଟଙ୍କାର ଆବେଦନ ଶୁକ୍ଳ ଧାର୍ଯ୍ୟ ହୋଇଥିବା ବେଳେ ଏସସି-ଏସଟି ବର୍ଗର ପ୍ରାର୍ଥିଙ୍କ ପାଇଁ ଏହି ଶୁକ୍ଳ ୧୫୦ ଟଙ୍କା ରହିଛି ।

କିପରି ଆବେଦନ କରିବେ?

– UKMSSBର ଅଫିସିଆଲ ୱେବସାଇଟ ukmssb.orgକୁ ଯାଆନ୍ତୁ

– ହୋମ୍ ପେଜରେ ଦିଆ ଯାଇଥିବା ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା ଭର୍ତ୍ତି ନୋଟିଫିକେସନରେ କ୍ଲିକ କରନ୍ତୁ

– ଏହାପରେ ବିଜ୍ଞାପନକୁ ପଢି ନିର୍ଦ୍ଦେଶ ଅନୁସାରେ ଆବେଦନ କରନ୍ତୁ

ଶୈକ୍ଷଣିକ ଯୋଗ୍ୟତା ଆଧାରରେ ପ୍ରସ୍ତୁତ ହୋଇଥିବା ମେରିଟ ଲିଷ୍ଟ ଗରିଆରେ ଚୟନ କରାଯିବ । ତେବେ ଚୟନ ହୋଇଥିବା ପ୍ରାର୍ଥିଙ୍କ ୫୨୦୦-୨୦୨୦୦, ଗ୍ରେଡ ପେ-୨୦୦୦(ଲେବଲ-୩, ପେ ମ୍ୟାଟ୍ରିକ୍ସ ୨୧୭୦୦-୬୯୧୦୦) ଅନୁସାରେ, ଦରମା ପ୍ରଦାନ କରାଯିବ ।

Get real time updates directly on you device, subscribe now.