୨୦୦ ପୋଲିସଙ୍କୁ ନେଇ ବରଯାତ୍ରୀ, ସୋସିଆଲ ମିଡିଆରେ ଘୁରିବୁଲୁଛି Video
ରାଜସ୍ଥାନରେ ଥମୁନି ଜାତିପ୍ରଥା, ପୋଲିସ ସୁରକ୍ଷାରେ ପଡ଼ୁଛି ହାତଗଣ୍ଠି ।
ଜୟପୁର: ରାଜସ୍ଥାନରେ ଏକ ବରଯାତ୍ରୀ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବର ସହିତ ୨୦୦ରୁ ଅଧିକ ପୋଲିସ ମଧ୍ୟ ଯାଉଥିବାର ଦେଖିବାକୁ ମିଳିଛି।
ପୋଲିସ ନେଇ ବରଯାତ୍ରୀ ଯିବାର ପ୍ରଥା କୌଣସି ଆଡେ ନ ଥିବାବେଳେ, ଏ ଦୃଶ୍ୟ ଦେଖି ଆପଣମାନଙ୍କୁ ଅଜବ ଲାଗୁଥିବ ନିଶ୍ଚୟ ।
ଏହି ଭିଡିଓ ରାଜସ୍ଥାନର । ଦଳିତ ପରିବାରର ଜଣେ ଯୁବକ ବାହାହେବାକୁ ଯାଉଥିବାବେଳେ ୨୦୦ ପୋଲିସଙ୍କୁ ସାଥୀରେ ନେଇ ସେ କନିଆଁ ଘରକୁ ଯାଇଛନ୍ତି ।
ରାଜସ୍ଥାନରେ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏଥିସହ ଦଳିତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ପ୍ରକାର କାର୍ଯ୍ୟ କରୁଛନ୍ତି ।
ସୂଚନା ଯୋଗ୍ୟ ବାହାଘରରେ ଦଳିତ ପରିବାରକୁ ବରଯାତ୍ରୀ ନ ନେବାକୁ କିଛି ଲୋକ କହିଥିଲେ । ଯଦି ପ୍ରଶେସନ ସହିତ ବରଯାତ୍ରୀ ନିଆଯାଏ ତେବେ ସେମାନଙ୍କୁ ମାରିଦେବାର ଧମକ ମିଳିଥିଲା ।
ଯାହାର ଅଭିଯୋଗ ଥାନାରେ କରାଯିବା ପରେ ବରଙ୍କୁ ୨୦୦ ପୋଲିସ ଫୋର୍ସ ସୁରକ୍ଷା ପାଇଁ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି ।
With 200 Cops As Security, Dalit Groom Rides Horse To Bride’s House In Rajasthan.
A Dalit groom’s ‘baraat’ was taken out under heavy police protection in Rajasthan’s Ajmer district after the bride’s family approached the administration apprehending opposition by upper castes to… pic.twitter.com/IjQuHnGQfb— PUNEET VIZH (@Puneetvizh) January 23, 2025