fbpx

ବର ବିବାହରେ ମାଗିଲା କ୍ରେଟା କାର, କନ୍ୟା ବାହାଘର ବନ୍ଦ କରି ଥାନାରେ ଦେଲା ଏତଲା

Advertisement

ନୂଆଦିଲ୍ଲୀ: ବାହାଘର ଚୂଡାନ୍ତ ହୋଇ ସାରିଥିଲା। ସେଥିପାଇଁ ବର ଏବଂ କନ୍ୟା ପକ୍ଷଙ୍କ ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ତେବେ ଅଚାନକ ବର ଘର ପକ୍ଷରୁ ଯୌତୁକ ଦାବି ବଢିବାରେ ଲାଗିଲା। ବର ପକ୍ଷ ଯୌତୁକରେ କ୍ରେଟା କାର ଦାବି କରିଥିଲେ। ଏହାକୁ ପ୍ରତିବାଦ କରି କନ୍ୟା ଘର ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପଞ୍ଜାବର କରନାଲର। ଯୁବତୀଙ୍କ ପରିବାର ଲୋକେ କୁଞ୍ଜପୁରା ଥାନାରେ ଅଭିଯୋଗ କରିବା ସହ ବିବାହ ବନ୍ଦ କରି ଦେଇଛନ୍ତି। ଥାନାରେ ଅଭିଯୋଗ କରିଛନ୍ତି ଯେ, ବର ଘର ପକ୍ଷରୁ ଯୌତୁକର ତାଲିକା ବଢିବାରେ ଲାଗିଥିଲା। ଅଭିଯୋଗ ମଧ୍ୟ ହୋଇଛି ଯେ, ସେମାନେ ହ୍ୟୁଣ୍ଡାଇ କ୍ରେଟା ବ୍ୟତୀତ ସୁନା ଏବଂ ଅନ୍ୟ ସାମଗ୍ରୀ ଦାବି କରୁଛନ୍ତି।

କଲବେହାରୀ ଗାଁ ନିବାସୀ କନ୍ୟାଙ୍କ ପିତା ଅଭିଯୋଗ କରିଛନ୍ତି, ତାଙ୍କ ଝିଅଙ୍କ ବିବାହ ପ୍ରାୟ ଛଅ ମାସ ପୂର୍ବେ ସୋନିପତ ଜିଲ୍ଲାର ଦତୌଲି ଗାଁର ସାଲିନ୍ଦରଙ୍କ ସହ ସ୍ଥିର ହୋଇଥିଲା। ବର ବିଦ୍ୟୁତ୍ ବିଭାଗରେ କିରାଣୀ ଅଛନ୍ତି। କୌଣସି ଯୌତୁକ ଦରକାର ନାହିଁ ବୋଲି ସେମାନେ ପ୍ରଥମେ ପ୍ରତିଶ୍ରୁତି ଦେଇଥିଲେ। ବିବାହ ଫେବୃଆରୀ ୧୧ରେ ନିର୍ଦ୍ଧାରିତ ହୋଇଥିଲା। ମାତ୍ର ଜାନୁଆରୀ ୨୪ରେ ବର ଘର ପକ୍ଷ ଏସୟୁଭି କାର, ବାଇକ୍ ଏବଂ ଉଚ୍ଚ ଗୁଣବତ୍ତାର ଫର୍ଣ୍ଣିଚର ସାମଗ୍ରୀ ଦାବି କରିଥିଲେ। ପୋଲିସ କହିଛି, ଅଭିଯୋଗକ୍ରମେ ବର ସାଲିନ୍ଦର ଏବଂ ତାଙ୍କ ପରିବାରର ଛଅ ସଦସ୍ୟଙ୍କ ବିରୋଧରେ ଯୌତୁକ ନିଷେଧ ଅଧିନିୟମର ଧାରା ୩ ଏବଂ ୪ ଆଧାରରେ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି ଏବଂ ଏହା ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ।

Get real time updates directly on you device, subscribe now.