fbpx

ଜୁନ୍ ୨୨ରେ GST ପରିଷଦ ବୈଠକ, ନିର୍ବାଚନୀ ଝଟକା ପରେ କମ୍ ହେବ ଟିକସ୍ ବୋଝ !

Advertisement

ନୂଆଦିଲ୍ଲୀ: କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଜୁନ୍ ୨୨ରେ ପ୍ରଥମ GST ପରିଷଦ ବୈଠକ ଡକାଯାଇଛି । ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣଙ୍କ ଅଧ୍ୟକ୍ଷତାରେ GST ପରିଷଦର ୫୩ତମ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ନୂତନ ଆର୍ଥିକ ବର୍ଷ ୨୦୨୪-୨୫ର ଏପ୍ରିଲ ଏବଂ ମେ ମାସରେ GST ସଂଗ୍ରହରେ ବୃଦ୍ଧି ଦେଖିବାକୁ ମିଳିଛି । ଏପ୍ରିଲ ମାସରେ ପ୍ରଥମ ଥର ପାଇଁ GST ସଂଗ୍ରହ ୨ ଲକ୍ଷ କୋଟି ଟଙ୍କା ପାର କରିଥିଲା ।

ଚଳିତ ବର୍ଷ GST ପରିଷଦ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ନିକଟରେ ବ୍ରୋକରେଜ୍ ହାଉସ ଏମ୍ବିଟ୍ କ୍ୟାପିଟାଲ ଜିଏସଟିକୁ ନେଇ ଏକ ରିସର୍ଚ୍ଚ ପେପର ଜାରି କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଜିଏସଟି ରେଟକୁ ଯୁକ୍ତିଯୁକ୍ତ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ନ୍ୟାସନାଲ ଇନ୍ସଟିଚୁ୍ୟଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ ପଲିସି ଅନୁଯାୟୀ ଯେଉଁ ଉତ୍ପାଦ ଉପରୁ ଜିଏସଟି ଛାଡ଼ ହୋଇଛି ଏହାର ବେଶି ଫାଇଦା କମ୍ ଆୟ କରୁଥିବା ବର୍ଗଙ୍କ ଅପେକ୍ଷା ଧନୀ ବର୍ଗଙ୍କୁ ଅଧିକ ହେଉଛି ।

 

Get real time updates directly on you device, subscribe now.