ଆଶ୍ଚର୍ଯ୍ୟ ଲାଗିଲେ ବି ସତ କେଶ ଦାଢ଼ୀ କାଟିବା ପାଇଁ ୧୮ ପ୍ରତିଶତ ଜିଏସଟି, ଭାଇରାଲ ହେଉଛି ସେଲୁନ୍ ଚାର୍ଟ 

କେଶ ଓ ଦାଢ଼ୀ କାଟିବା ଉପରେ ବି ଜିଏସଟି । ଜନସାଧାରଣଙ୍କ ପକେଟକୁ ମାଡ଼ । ଭାଇରାଲ ହେଉଛି ରେଟ୍ ଚାର୍ଟ ।

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ କେଶ କାଟିବାକୁ ୨୧୦୦ କିମ୍ବା ୧୫୦୦ ଟଙ୍କା ସାଧାରଣ କଥା। ହେଲେ ପୁରୁଷଙ୍କ ପାଇଁ ଦାଢ଼ୀ କାଟିବା ବାବଦକୁ ୬୦୦ ଟଙ୍କା ଏକ ସାଧାରଣ କଥା ନୁହେଁ। ଯାହାକୁ ଦେଖି ଲୋକମାନେ ମୁଣ୍ଡରେ ହାତ ଦେଲେଣି ।

କେଶ କାଟିବା ପାଇଁ ଜିଏସଟି: ଭଲ ସେଲୁନରେ କେଶ କିମ୍ୱା ଦାଢ଼ୀ କାଟିବାକୁ କାହାର ବା ଇଚ୍ଛା ନଥାଏ। ଏମିତିରେ ବି ଆଜିକାଲି ନୂଆ ନୂଆ ଡିଜାଇନରେ କେଶ, ଦାଢ଼ୀ କାଟିବା ଗୋଟେ ଟ୍ରେଣ୍ଡ ପାଲଟିଛି।

କିନ୍ତୁ କେଶ କିମ୍ୱା ଦାଢ଼ୀ କାଟିବା ପାଇଁ ଆପଣଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିଲେ କେମିିତି ଲାଗିବ?

ବଡ଼ ବଡ଼ ସେଲିବ୍ରିଟିଙ୍କୁ ବାଦ୍ ଦେଲେ ସାଧାରଣ ବର୍ଗର ଲୋକଙ୍କ ପକେଟକୁ ଏହା ନିଶ୍ଚିତ ପ୍ରଭାବିତ କରିବ ।

ମୂଲ୍ୟ ଚାର୍ଟ ଭାଇରାଲ: ଭାଇରାଲ ଚାର୍ଟ ଟି ହେଉଛି ପୁନେର। ହଁ ଆଜ୍ଞା ପୁନେରେ ଏପରି ଏକ ସେଲୁନ ରହିଛି ଯେଉଁଠାରେ କେଶ କିମ୍ୱା ଦାଢ଼ୀ କାଟିବାକୁ ଇଚ୍ଛା ଥିଲେ ବି ଜଣେ ଲୋକ ୧୦ ଥର ଭାବିବାକୁ ବାଧ୍ୟ ହେଉଛି।

ଆପଣ ଭାବୁଥୁବେ ଆମେ ଏପରି କାହିଁକି କହୁଛୁ। ତେବେ କଥାଟି ହେଉଛି ଭାଇରାଲ ଚାଟ୍ ହିସାବରେ ଜଣେ ବ୍ୟକ୍ତିଙ୍କୁ ଦାଢ଼ୀ କାଟିବାକୁ ହେଲେ ୬୦୦ ଟଙ୍କା, ଚୁଟି ପାଇଁ ୧୨୦୦ ଟଙ୍କା ଦେବାକୁ ପଡ଼ିବ ଯାହାକି ଜଣେ ପୁରୁଷଙ୍କ ପାଇଁ ଅଧିକ ବଜେଟ୍ ।

କାହା ପାଇଁ କେତେ: ଏହି ସେଲୁନରେ କେବଳ ପୁରୁଷମାନଙ୍କ ପାଇଁ  ସେବା ଉପଯୋଗ ଅଛି ତାହା ନୁହେଁ। ମହିଳାମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରାଇସ୍ ରହିଛି।

ଯେପରି କୋହଲି ଷ୍ଟାଇଲର ହେୟାର କଟ୍ ପାଇଁ ଜଣେ ମହିଳାଙ୍କୁ ଦେବାକୁ ପଡିବ ୨୧୦୦,  ଓ ଅନୁଷ୍କା ଷ୍ଟାଇଲ କଲେ ଦେବାକୁ ହେବ ୧୫୦୦ ଟଙ୍କା।

ସେହିପରି ପୁରୁଷମାନଙ୍କ କ୍ଷେତ୍ରରେ ରୋହିତ ଷ୍ଟାଇଲ ପାଇଁ ୧୪୦୦ ଓ କପିଲ ଷ୍ଟାଇଲ ପାଇଁ ୧୦୫୦ ଟଙ୍କା ରହିଛି। ଯାହା ଜଣେ ସାଧାରଣ ଲୋକପାଇଁ ଅତ୍ୟଧିକ ମହଙ୍ଗା ହୋଇପଡ଼ୁଛି।

ଏହା ବାଦ୍ ପ୍ରତି ସେବା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି ।

ଏହି ଭାଇରାଲ ପୋଷ୍ଟକୁ @chiragbarjatyaa ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଭାବନା ଦେଖାଦେଇଥିଲା ।

ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତ ଏତିକି ଟଙ୍କାରେ ମୁଁ କେଶ ଧୋଇବା ଏବଂ ବ୍ଲୋ ଡ୍ରାଇ କରିଥିଲି । ଅନ୍ୟ ଜଣେ ଲେଖିଛନ୍ତି ଏହା ସଭ୍ୟ ନୁହେଁ ବିଳାସପୂର୍ଣ୍ଣତା ଅଟେ ।