fbpx

ଅଫିସ୍ ପହଞ୍ଚିବାର କିଛି ମିନିଟ୍ ଭିତରେ ବ୍ୟକ୍ତିଙ୍କୁ ଆସିଲା ହାର୍ଟ ଆଟାକ୍: ଦେଖନ୍ତୁ ମୃତ୍ୟୁର ଏହି Video

ଅହମ୍ମଦାବାଦ: ଗୁଜୁରାଟର ଦ୍ୱାରକାରୁ ଏକ ଦୁର୍ଭାଗ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ୩୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଦ୍ୱାରକା କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜଣେ ବ୍ୟକ୍ତିଙ୍କୁ ହୃଦଘାତ ଆସିଛି ।

୨୩ ସେକେଣ୍ଡର ଭିଡିଓ କ୍ଲିପ୍ ରେ ସେହି ବ୍ୟକ୍ତି ଜଣକ ନିଜ କର୍ମକ୍ଷେତ୍ରରେ ପ୍ରବେଶ କରି ନିଜ ଡେସ୍କ ଆଡକୁ ଯାଉଥିବାର ଦେଖିବାକୁ ମିଳିଛି । ଉକ୍ତ ବ୍ୟକ୍ତି ଜଣକ ନିଜ ଡେସ୍କରେ ବସିବା ପରେ ତାଙ୍କୁ ଅଚାନକ୍ ହାର୍ଟ ଆଟାକ୍ ଆସିଛି ଓ ସେ ତଳକୁ ଖସିପଡ଼ିଛନ୍ତି । ଏହି ଦୁଃଖଦ ଘଟଣାଟି ବ୍ୟକ୍ତିର କର୍ମକ୍ଷେତ୍ରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା ।

ସେହିପରି ସେପ୍ଟେମ୍ବରରେ ଗୁଜରାଟର ଭାଲସାଡ ଜିଲ୍ଲାରେ ପୁଅର ଜନ୍ମଦିନ ପାଳନ କରୁଥିବା ବେଳେ ଜଣେ ମା ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ଭାପିର ଏକ ହୋଟେଲରେ ଜନ୍ମଦିନ ଭୋଜି ସମୟରେ ଏହି ଘଟଣା ଘଟିଥିଲା । ହୋଟେଲ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ମଧ୍ୟ ଏହି ଘଟଣା ରେକର୍ଡ କରାଯାଇଥିଲା । ପୁଅର ୫ ତମ ଜନ୍ମଦିନ ପାଳନ ବେଳେ ମା’ ହଠାତ୍ ମଞ୍ଚ ଉପରେ ପଡ଼ିଯାଇଥିଲେ ।

Get real time updates directly on you device, subscribe now.