fbpx

୨୦୦୨ ଗୁଜରାଟ ଦଙ୍ଗା ମାମଲା, ତିସ୍ତା ସିତଲଭାଦଙ୍କୁ ଗିରଫ କଲା ଏଟିଏସ

ଗାନ୍ଧୀନଗର: ଗୁଜରାଟ ଦଙ୍ଗା ୨୦୦୨ ସହ ଜଡ଼ିତ ମାମଲାରେ ଗୁଜରାଟ ଏଟିଏସ୍ ମୁମ୍ବାଇରେ ମାନବାଧିକାର କର୍ମୀ ତିସ୍ତା ସିତଲଭାଦଙ୍କୁ ଗିରଫ କରିଛି । ଗିରଫ ପରେ ତିସ୍ତାଙ୍କୁ ସାନ୍ତାକ୍ରୁଜ୍ ଥାନା ନିଆଗଲା, କୁହାଯାଉଛି ତାଙ୍କୁ ଅହମ୍ମଦାବାଦ ନିଆଯିବ । ଗୁଜରାଟ ଏଟିଏସ ତିସ୍ତା ସିତଲଭାଦଙ୍କ ବିରୋଧରେ ୪୬୮ ଏବଂ ୪୭୧ ଅନୂଯାୟୀ ଭୁଲ୍ ତଥ୍ୟ ଦେବା ଅଭିଯୋଗରେ ଗିରଫ କରିଛି ।

ସୂଚନାଯୋଗ୍ୟ, ୨୦୦୨ ରେ ଗୁଜରାଟ ଦଙ୍ଗାର ଶୁଣାଣି ପରେ ଶନିବାର ଗୁଜୁରାଟ ଏଟିଏସର ଦୁଇ ଜଣିଆ ଟିମ୍ ତିସ୍ତା ସିତଲଭାଦଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ପୂର୍ବ ଆଇପିଏସ ସଞ୍ଜୀବ ଭଟ୍ୟ ଏବଂ ପୂର୍ବ ଡିଜିପି ଆର.ବି.ଶ୍ରୀକୁମାରଙ୍କ ବିରୋଧରେ ମିଥ୍ୟା ଦସ୍ତାବେଜ୍ ପ୍ରସ୍ତୁତ କରିଥିଲେ ଏବଂ ଜାକିଆ ଜାଫ୍ରି ଜରିଆରେ କୋର୍ଟକୁ ଜାଲ୍ ଦସ୍ତାବିଜ୍ ଦେଇଥିବା ଅଭିଯୋଗ ।

ଏହା ପୂର୍ବରୁ ଶୁକ୍ରବାର ସୁପ୍ରିମକୋର୍ଟ ଜାକିଆ ଜାଫ୍ରିର ଯାଚିକା ଖାରଜ କରି କଡ଼ା ଟିପ୍ପଣୀ କରିଥଲେ ଏବଂ ତିସ୍ତା ସିତଲଭାଦଙ୍କ ଏନଜିଓର ଯାଞ୍ଚର ଅଧିକ ଆବଶ୍ୟକତା ରହିଛି । କୁହାଯାଉଛି ଯାହାପରେ ଏଟିଏସ ଏହି କାର୍ଯ୍ୟାନୁଷ୍ଠାନ କରିଛି । ସେପଟେ ଏହି ଗୁଜରାଟ ଦଙ୍ଗା ମାମଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ତିସ୍ତା ସିତଲଭଦ ଏବଂ ଅନେକ ରାଜନେତା ମୋଦୀଙ୍କୁ ବଦନାମ କରୁଥିବା ନେଇ ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.