fbpx

ଗୁଳି ଫୁଟିବାରୁ ଥାନା ଅଧିକାରୀଙ୍କ ମୃତ୍ୟୁ: ମାନସିକ ଦଶ୍ଚିନ୍ତାରେ ଥିବା ଏସପିଙ୍କ ସୂଚନା

ଭଞ୍ଜନଗର: ସର୍ଭିସ ରିଭଲବରରୁ ଗୁଳିଫୁଟି ଥାନା ଅଧିକାରୀଙ୍କ ମୃତ୍ୟୁ । ଥାନାରେ ରିଭଲଭର ସଫା କରୁଥିବା ସମୟରେ ଗୁଳି ଫୁଟି ଭାରପ୍ରାପ୍ତ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ । ଏହି ଘଟଣା ଘଟିଛି ଗଞ୍ଜାମ ଗାଙ୍ଗପୁର ଥାନା ପରିସରରେ । ଗୁରୁତର ଅବସ୍ଥାରେ ଆସ୍କା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆସ୍କା ହସ୍ପିଟାଲରେ ଆଇଆଇସିଙ୍କ ମୃତ୍ୟୁ ନେଇ ଡାକ୍ତରଙ୍କ ଘୋଷଣା ।

ସେପଟେ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଏସପି ବିଜେଶ ରାଓ । ଏସପି କହିଛନ୍ତି ଆଇଆଇସି କିଛିଦିନ ହେଲା ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ । ୪ ମାସ ପୂର୍ବେ ଏଠାକୁ ଦାୟିତ୍ୱରେ ଆସିଥିଲେ ଦେବ ଗମାଙ୍ଗ । ପୋଷ୍ଟମର୍ଟମ ପରେ ସବୁକିଛି ଜଣାପଡ଼ିବ ବୋଲି କହିଛନ୍ତି ଏସପି । ଏସପି ଆହୁରି କହିଛନ୍ତି ଗୁଳି ଫୁଟିବା ପରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଥିବା ନେଇ କହିଛନ୍ତି ଏସପି ।

Get real time updates directly on you device, subscribe now.