fbpx

କଟକରେ ଗୁଣ୍ଡାଗିରି; ଛୁରାମାଡ଼ରେ ଜଣେ ଗରୁତର, ପୋଲିସ ତଦନ୍ତ ଜାରି

କଟକ: କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ । ଛୁରାମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ବ୍ୟକ୍ତିଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଂଚି ଛାନଭିନ୍ ଜାରି କରିଛି । ତେବେ ଏଭଳି ଘଟଣା ଉପରେ ରୋକ୍ ଲଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ନେଇ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.