ତୋ ବାପାକୁ କହ ଆମକୁ କାର୍ ଦେବ… ନହଲେ ତୋ ଜୀବନ ଆମେ ନେଇଯିବୁ… ଯୌତୁକ ପାଇଁ ସ୍ତ୍ରୀକୁ କୋଲ୍ଡଡ୍ରିଙ୍କରେ ବିଷ ମିଶାଇ ପିଆଇଲା ସ୍ୱାମୀ

ଯୌତୁକ ପାଇଁ ବୋହୂକୁ ହତ୍ୟା ଉଦ୍ୟମ । ଡାକ୍ତରଖାନାରେ ଜୀବନ ମରଣ ସହ କରୁଛି ସଂଘର୍ଷ ।

ଭୋପାଳ: ଦେଶରେ ଗ୍ରେଟର ନୋଏଡା ବଧୂହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ମଧ୍ୟ ପ୍ରଦେଶ ଗ୍ୱାଲିଓରରୁ ଯୌତୁକ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି ।

ଘଟଣାଟି ମହାରାଜପୁରା ଥାନା ଅର୍ନ୍ତଗତ ଡିଡି ନଗରରେ ଯେତୁକ ପାଇଁ ବୋହୂକୁ ଶାଶୁଘର ଲୋକ ଦେଇଛନ୍ତି ନିର୍ଯାତନା । ବୋହୂକୁ ଗରମ ଚିମୁଟାରେ ଚେଙ୍କ ଦେବା ସହ ବାଡ଼ିରେ ମାଡ଼ ମାରିବା ଯୋଗୁଁ ଶରୀରରେ ଘା’ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି ।

ବୋହୂକୁ ଜୀବନରୁ ମାରିବା ପାଇଁ ଶାଶୂଗର ଲୋକେ ତାଙ୍କୁ କୋଲ୍ଡଡ୍ରିଙ୍କରେ ବିଷ ମିଶାଇ ପିଇବାକୁ ଦେଇଥିଲେ । ଯାହାକୁୂ ପିଇ ବୋହୂ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି ।

ଶାଶୂଘର ଲୋକଙ୍କୁ ଯୌତୁକରେ ଦରକାର ଥିଲା କାର୍ । ଯେତେବେଳେ ବୋହୂର ବାପଘର ଲୋକ କାର ଦେବାରେ ଅସମର୍ଥ ହେଲେ ତା’ ପରେ ଶଶୂଘର ଲୋକେ ତାଙ୍କୁ ଜୀବନରୁ ମାରିବାର ଯୋଜନା ଆରମ୍ଭ କରିଦେଲେ ବୋଲି ପୀଡ଼ିତାଙ୍କ ବାପଘର ଅଭିଯୋଗ ଆଣିଛନ୍ତି ।

ଅତ୍ୟନ୍ତ ଗୁରୁତ୍ୱର ଅବସ୍ଥାରେ ପୀଡ଼ିତାଙ୍କୁ ବାପଘର ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଖୋଜୁଛି ।