fbpx

ଜ୍ଞାନବ୍ୟାପି ମସଜିଦ ମାମଲା: ASI ସର୍ଭେ ରିପୋର୍ଟ ବିଚାର ଯୋଗ୍ୟ ନେଇ କହିଲେ ଆହ୍ଲାବାଦ ହାଇକୋର୍ଟ

ବାରଣାସୀ: ବାରଣାସୀର ଜ୍ଞାନବାପି କମ୍ପ୍ଲେକ୍ସର ‘ଉଜୁଖାନା’ର ସର୍ଭେ କୁ ନେଇ ଆହ୍ଲାବାଦ ହାଇକୋର୍ଟ ଅଞ୍ଜୁମାନ ଇନ୍ତେଜାମିଆ ମାସାଜିଦ କମିଟି ଓ ଅନ୍ୟ ବିରୋଧୀ ଦଳମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଜ୍ଞାନବାପି ସର୍ଭେ ରିପୋର୍ଟ ବିଚାରଯୋଗ୍ୟ ବୋଲି କୋର୍ଟ କହିଛନ୍ତି ।

ଜ୍ଞାନବାପି-ଶୃଙ୍ଗର ଗୌରୀ ମାମଲାର ମୁଖ୍ୟ ପକ୍ଷ ରାକ୍ଷୀ ସିଂହଙ୍କ ଆବେଦନକୁ ଗ୍ରହଣ କରି ଆହ୍ଲାବାଦ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି । ରାକ୍ଷୀ ସିଂହଙ୍କ ଏହି ପିଟିସନ୍ କଥିତ ‘ଉଜୁଖାନା’ର ଏଏସ୍ ଆଇ ସର୍ଭେ ସମ୍ପର୍କରେ ଥିଲା ।

ହିନ୍ଦୁ ପକ୍ଷ ଦାବି କରିଛନ୍ତି ଯେ କୋର୍ଟ ସେମାନଙ୍କ ଆବେଦନର ଏକ ଅଂଶ ଗ୍ରହଣ କରିସାରିଛନ୍ତି, କିନ୍ତୁ ସେମାନେ ୧୯୯୩ ପୂର୍ବ ଭଳି ବ୍ୟାସଜୀଙ୍କ ବେସମେଣ୍ଟକୁ ଯିବା ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି । ମୁସଲମାନ ପକ୍ଷ ଏହି ପ୍ରସଙ୍ଗରେ ଅଦାଲତଙ୍କୁ ଆପତ୍ତି ଜଣାଇଥିଲେ ।

ସେପଟେ ହିନ୍ଦୁ ପକ୍ଷର ଓକିଲ ଆଇନଜୀବୀ ସୁଭାଷ ନନ୍ଦନ ଚତୁର୍ବେଦୀ କହିଛନ୍ତି ଯେ ବ୍ୟାସ ପରିବାରର ‘ତହଖାନା’ ସଂକ୍ରାନ୍ତରେ ଜଣେ ଜିଲ୍ଲାପାଳଙ୍କୁ ରିସିଭର କରିବା ପାଇଁ ଆମେ ଆବେଦନ କରିଥିଲୁ, ଯାହାଫଳରେ ସେଠାରେ ଜବରଦଖଲ ନ ହୁଏ ଏବଂ ତହଖାନାକୁ କୌଣସି କ୍ଷତି ନପହଞ୍ଚାଇବ । ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯିବ।

Get real time updates directly on you device, subscribe now.