fbpx

କରୋନା ଭଳି ଡରାଉଛି H3N2 ; ମାର୍ଚ୍ଚ ୧୬ ରୁ ଏହି ରାଜ୍ୟରେ ସ୍କୁଲ ବନ୍ଦ , ଜାଣନ୍ତୁ ଅନ୍ୟ ରାଜ୍ୟରେ କିଭଳି ରହିଛି ସ୍ଥିତି

Advertisement

ନୂଆଦିଲ୍ଲୀ : କରୋନା ମହାମାରୀ ପରେ H3N2 ଭାଇରସ୍ କାୟ ବିସ୍ତାର କଲାଣି । ଦ୍ରୁତ ଗତିରେ ବିଭିନ୍ନ ରାଜ୍ୟକୁ ବ୍ୟାପିବା ସହ ଚିନ୍ତାର କାରଣ ହେଲାଣି H3N2 । ଦେଶର ବିଭିନ୍ନ ରାଜ୍ୟରେ ଏହି ଭୂତାଣୁ ସଂକ୍ରମିତ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସତର୍କତା ଦୃଷ୍ଟିରୁ କେତେକ ରାଜ୍ୟରେ ଆସନ୍ତାକାଲି ଠାରୁ ସ୍କୁଲ ବନ୍ଦ କରାଯାଇଛି । ଏଥିସହିତ କେତେକ ରାଜ୍ୟରେ ପ୍ରସ୍ତିତ ମଧ୍ର ଆରମ୍ଭ ହେଲାଣି ।

H3N2 ଭାଇରସ୍ କୁ ଦୃଷ୍ଟିରେ ରଖି ପୁଡୁଚେରୀର ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ଘୋଷଣା କରାଯାଇଛି । ମାର୍ଚ୍ଚ ୧୬ ରୁ ୧୦ ଦିନ ପାଇଁ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ମାର୍ଚ୍ଚ ୨୬ରେ ସ୍କୁଲ ଖୋଲିବ ବୋଲି ପୁଡୁଚେରୀ ଶିକ୍ଷା ମନ୍ତ୍ରୀ ନାମସିଭାୟାମ କହିଛନ୍ତି ।

ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଡାକ୍ତରମାନେ ସୂଚନା ଦେଇ କହିଛନ୍ତି ଯେ, ଏହି ଭାଇରସ୍ ଦ୍ୱାରା ଜ୍ୱର, ଥଣ୍ଡା ଏବଂ ଶରୀରରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଦିଏ କିନ୍ତୁ କେତେକ କ୍ଷେତ୍ରରେ କ୍ରମାଗତ କାଶ ହୁଏ, ଯାହାଦ୍ୱାରା ରୋଗୀମାନେ ଅତ୍ୟଧିକ ଦୁର୍ବଳ ହୋଇଯାଆନ୍ତି । ଡାକ୍ତରମାନେ କହିଛନ୍ତି ଯେ ଏଭଳି ଅଭିଯୋଗ ନେଇ ଓପିଡିଏକୁ ଆସୁଥିବା ରୋଗୀଙ୍କ ସଂଖ୍ୟାରେ ପ୍ରାୟ ବୃଦ୍ଧି ଘଟିଛି। ଏହାର କାଣର ମୌସୁମୀ ପରିବର୍ତ୍ତନ ବା ଜଳବାୟୁ ପରିବର୍ତ୍ତନ ହୋଇପାରେ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

ସେ କହିଛନ୍ତି, “ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି, ଯାହା ଦ୍ୱାରା ବହୁତ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଲୋକମାନେ ଯାତ୍ରା କରୁଛନ୍ତି । ଗତ ଦୁଇ ବର୍ଷ ପୂର୍ବରୁ ଯେତେବେଳେ କୋଭିଡ କାୟା ବିସ୍ତାର କରିଥିଲା ଏବଂ ସେହି ସମୟ ମଧ୍ୟରେ ପ୍ରତିବନ୍ଧକ ରହିଥିଲା । କିନ୍ତୁ ପ୍ରତିବନ୍ଧକରେ ସାମାନ୍ର କୋହଳ ଏବଂ ସ୍ଥିତି ସ୍ୱାଭାବିକ ହେବା ଯୋଗୁଁ ଏହି ଭାଇରସ୍ ବିସ୍ତାର କରୁଥିବା ଦେଖାଯାଇଛି । ” ଏହିପରି ରୋଗୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ଏଲଏନଜେପି ହସ୍ପିଟାଲ ଜରୁରୀକାଳୀନ ବ୍ଲକରେ ୨୦ ଶଯ୍ୟା ବିଶିଷ୍ଟ ୱାର୍ଡ ପ୍ରସ୍ତୁତ କରାଯାଇଛି ।

ଅନ୍ୟପକ୍ଷରେ ଗୋଆ ସରକାର ଏହି ଭାଇରସ୍ ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯିବାକୁ ସରକାର ନିଶ୍ଚିତ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଗୋଆରେ H3N2 ର କୌଣସି ରିପୋର୍ଟ ହୋଇନାହିଁ।

Get real time updates directly on you device, subscribe now.