fbpx

ପିଡିଏଫ୍ ଫାଇଲ୍ ସେଭ୍ କିମ୍ବା ଓପନ କରିବା ସମୟରେ ସାବଧାନ ରୁହନ୍ତୁ, ଅନ୍ୟଥା ହ୍ୟାକର ଚୋରାଇ ନେବେ ସବୁ ଡାଟା

ନୂଆଦିଲ୍ଲୀ:ଆମେ ଉପଯୋଗ କରୁଥିବା ଫାଇଲ୍ ଫର୍ମାଟ ମଧ୍ୟରୁ ଗୋଟିଏ ହେଉଛି ପିଡିଏଫ୍ ଯାହାକୁ ଆମେ ଅନଲାଇନ କମ୍ୟୁନିକେସନ ମାଧ୍ୟମରେ ବିଭିନ୍ନ ଡକ୍ୟୁମେଣ୍ଟ ରିସିଭ୍ କିମ୍ବା ସେଣ୍ଡ କରିବା ଲାଗି ଉପଯୋଗ କରିଥାଉ । ଏହି ଫର୍ମାଟରେ ଆମେ ବହୁତ ସହଜରେ କୌଣସି ବି ଫାଇଲକୁ ପଢିପାରିଥାଉ ।
ଆମେ ନିଜର ଅଧିକାଂଶ ଡକ୍ୟୁମେଣ୍ଟ ତାହା ଶିକ୍ଷା ସଂପର୍କିତ ହେଉ କି ବ୍ୟାଙ୍କିଂ କିମ୍ବା କୌଣସି ବିଲ୍ ଆମେ ତାହାକୁ ପଡିଏଫ୍ ଫାଇଲରେ ହିଁ ସେଭ୍ କରିଥାଉ । କିନ୍ତୁ ଏବେ ଆପଣଙ୍କୁ ଏହି ଫାଇଲ୍ ସେଭ୍ କିମ୍ବା ଓପନ କରିବା ସମୟରେ ସାବଧାନ ରହିବାକୁ ପଡିବ ।
ଗ୍ଲୋବାଲ ସାଇବର ସିକ୍ୟୁରିଟି ଫାର୍ମ ପାଲୋ ଅଟୋ ନେଟୱାର୍କର ଏକ ରିପୋର୍ଟ ଅନୁଯାୟୀ ଇମେଲ୍ ଆଟାଚମେଣ୍ଟ ରୂପରେ ମାଲୱେୟାର ଡେଲିଭର କରିବା ଲାଗି ପିଡିଏଫ୍ ସବୁଠାରୁ ପପୁଲାର ଫାଇଲ ଫର୍ମାଟ । ଇମେଲରେ ଏବେ ଆଟାଚମେଣ୍ଟ ବି ବହୁ ସଂଖ୍ୟାରେ ହେଉଛି । ଏହାର ଅର୍ଥ ଇମେଲ୍ ମାଧ୍ୟମରେ ପଠାଯାଉଥିବା ପ୍ରତି ୧୦ ପିଡିଏଫ୍ ଫାଇଲ୍ ଆଟାଚମେଣ୍ଟ ମଧ୍ୟରୁ ୬ଟି ଫାଇଲରେ କୌଣସି ନା କୌଣସି ପ୍ରକାର ମାଲୱେୟାର ହୋଇଥାଏ । ଏହା ଆପଣଙ୍କ ପିସି ଓ ଲାପଟପକୁ ହ୍ୟାକ କରିପାରେ ।
ପ୍ରକୃତରେ ପିଡିଏଫ୍ ପରି ଦେଖାଯାଉଥିବା ମାଲୱେୟାରକୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ, ଏହା ଆପଣଙ୍କ ଡିଭାଇସରୁ ସବୁ ପରମିଶନ ନେଇ ଯାଇଥାଏ । ଏହାପରେ ଆପଣଙ୍କ ଡାଟା ଚୋରୀ କରିବାରେଏହାକୁ ଆଉ କୌଣସି ସମସ୍ୟା ହୁଏ ନାହିଁ । ଏହିପରି ଭାବରେ ମାଲୱେୟାର କାମ କରିଥାଏ ଯାହା ବିଷୟରେ ଆପଣଙ୍କୁ କିଛି ବି ସୁରାକ ମିଳି ନ ଥାଏ ।
ଏବେ ଲକ୍ଷ ଲକ୍ଷ ଲୋକ ଚାଟଜିପିଟିର ଉପଯୋଗ କରୁଛନ୍ତି । ଆମେ ଚାଟଜିପିଟି ସହ ଜଡିତ ସ୍କାମର ଖବର ମଧ୍ୟ ଦେଖିବାକୁ ପାଉଛୁ । ଗତ ଏକ ବର୍ଷ ଭିତରେ ସାଇବର ଠକେଇ ମାମଲା ବହୁମାତ୍ରାରେ ବଢିଯାଇଛି । କାରଣ ହ୍ୟାକର୍ସ ବି ଏଆଇର ପୁରା ଫାଇଦା ଉଠାଉଛନ୍ତି ।
ହ୍ୟାକର୍ସଙ୍କ ଠାରୁ ନିଜ ପିସି ଓ ଳାପଟପକୁ କିପରି ସୁରକ୍ଷା ଦେବେ ?
୧-ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପଠାଯାଇଥିବା ପିଡିଏଫ୍ କିମ୍ବା କୌଣସି ବି ଫାଇଲକୁ ଡାଉନଲୋଡ୍ କରନ୍ତୁ ନାହିଁ ।
୨-ବହୁ ୱେବ ବ୍ରାଉଜର ଇଣ୍ଟରନାଲ ସିକ୍ୟୁରିଟି ସର୍ଭିସ ସହ ଆସୁଛି ଯାହା ଆପଣଙ୍କୁ ଭୁଲ୍ ୱେବସାଇଟରେ ଗଲେ ସତର୍କ କରି ଦେଇଥାଏ ।
୩-ପିସ କିମ୍ବା ଲାପଟପରେ ଆଣ୍ଟି ଭାଇରସ୍ ସିକ୍ୟୁରିଟିକୁ ଆକ୍ଟିଭ ରଖନ୍ତୁ ।
୪-ଅପରେଟିଂ ସିଷ୍ଟମକୁ ସର୍ବଦା ଅପଡେଟ୍ ରଖନ୍ତୁ ।
୫-ଚାଟିଂ ଆପ୍ରେ ପିଡିଏଫ୍ ଓପନ କରିବା ସମୟରେ ଧ୍ୟାନ ରଖନ୍ତୁ ଯେ, ଆପଣ ସେଣ୍ଡର ଉପରେ ବିଶ୍ୱାସ କରିପାରିବେ କି ନା ।

 

 

Get real time updates directly on you device, subscribe now.