ବର୍ଷାରେ ଧୋଇଯିବ ଦିଲ୍ଲୀ! (video) ରାସ୍ତାରେ ୨୦ କି.ମିର ଟ୍ରାଫିକ ଜାମ୍, ଶ୍ମଶାନରେ ପାଣି ଉବୁଟୁବୁ, ଲୋକଙ୍କ ଘରେ ଲହଡ଼ି ମାରୁଛି ବନ୍ୟାଜଳ
ଫୁଲୁଛି ଯମୁନା ନଦୀ ଜଳ । ଲୋକ ହେଲେଣି ଛାନିଆ । ଦିଲ୍ଲୀବାସୀଙ୍କ ପାଇଁ ବଢ଼ିଲା ଅଡ଼ୁଆ ।
ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼େ ଦେଇଛି ଯମୁନା ନଦୀରେ ବୃଦ୍ଧି ପାଉଥିବା ଜଳସ୍ତର । ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଲଗାତାର ବଢ଼ିବାରେ ଲାଗିଛି।
ହଥିନି କୁଣ୍ଡ ବ୍ୟାରେଜରୁ ଛଡ଼ାଯାଉଥିବା ବନ୍ୟା ଜଳ ଦିଲ୍ଲୀ ପାଇଁ ଅଧିକ ବିପଦ ସୃଷ୍ଟି କରିଛି। ସୋମବାର ସକାଳେ ବ୍ୟାରେଜରୁ ପ୍ରାୟ ୩ଲକ୍ଷ ୨୯ହଜାର କ୍ୟୁସେକ ପାଣି ଛଡ଼ାଯାଇଥିଲା। ଏହା ସିଧାସଳଖ ଦିଲ୍ଲୀକୁ ପ୍ରଭାବିତ କରିଛି।
ରାତିସାରା ପ୍ରବଳ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବାରୁ ଏବେ ବନ୍ୟା ଜଳ ଦିଲ୍ଲୀ-ଏନସିଆରରେ ଲୋକଙ୍କ ଘରେ ପ୍ରବେଶ କରିଛି। ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବିଶେଷକରି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।
2 hours of rain = 20 KMs of Gurgaon Jam!
As CM Nayab Saini only flies in “State Helicopter” and doesn’t travel on “road”, this is a “helicopter shot” of Highway in Gurgaon just now.
So much for the rain preparedness and crores and crores of public money spent on drainage,… pic.twitter.com/HCNPYZkG2c
— Randeep Singh Surjewala (@rssurjewala) September 1, 2025
ସୋମବାର ୨ଘଣ୍ଟାର ବର୍ଷାରେ ଗୁରୁଗ୍ରାମରେ ୨୦କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଜାମ୍ ଲାଗିଥିଲା ବୋଲି ଜଣାଯାଇଛି। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ଅନ୍ୟପକ୍ଷରେ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଉବାକୁ ଥିବାରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ) ସୋମବାର ଦିନ ପୁରୁଣା ରେଳ ସେତୁରେ ସନ୍ଧ୍ୟା ୫ଟାରୁ ଯାତାୟାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବର୍ଷ ଯୋଗୁଁ ରାଜଧାନୀରେ ବିମାନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି, ଯାହା ଫଳରେ ବିମାନ କମ୍ପାନିଗୁଡ଼ିକ ଯାତ୍ରା ପରାମର୍ଶ ଜାରି କରିଛନ୍ତି।
ଆଗ୍ରାରେ ମଧ୍ୟ ଯମୁନା ତାର ଭୟଙ୍କର ରୂପ ଦେଖାଇବାରେ ଲାଗିଛି। ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପହଞ୍ଚିଛି। ଘାଟରୁ ଶ୍ମଶାନ ପର୍ଯ୍ୟନ୍ତ ସବୁକିଛି ବୁଡ଼ି ଯାଇଛି। ତାଜଗଞ୍ଜ ଶ୍ମଶାନରେ ମୋକ୍ଷ ଧାମ ସ୍ଥଳ ବୁଡ଼ି ଯାଇଥିବା ଜଣାଯାଇଛି।
Yamunanagar, Haryana: The Yamuna River has reached flood levels due to continuous rainfall in the hills, posing a potential threat to Delhi. Hathini Kund Barrage is discharging 3,29,751 cusec of water, with all gates opened. Authorities have issued advisories for all villages… pic.twitter.com/XPmqHgh9tN
— IANS (@ians_india) September 1, 2025