fbpx

ବାଂଲାଦେଶ ସୀମାରେ ଅର୍ଦ୍ଧଦଗ୍ଧ ଶବ, ବିବାଦରେ BSF

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଭାରତ ବାଙ୍ଗଲା ଦେଶ ସୀମା ପାଖରେ ଶବ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକ ୨୬ ସେପ୍ଟେମ୍ବର ସକାଳେ ଅନ୍ତରାଷ୍ଟ୍ରୀୟ ସୀମା ଠାରୁ ଏକ କିଲୋମିଟର ଦୂରରେ ଏକ ନିଛାଟିଆ ସ୍ଥାନରେ ମହିଳାଙ୍କ ଶବ ମିଳିଛି । ଯାହାର ହାତ ଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳି ଥିଲା । ବେକ କଟା ଚିହ୍ନ ଥିଲା । ଶବ ମିଳିବା ପରେ ପଶ୍ଚିମବଙ୍ଗର ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି । ଏହି ଶବ ମିଳିବା ପରେ ଟିଏମସି ପାର୍ଟି ପ୍ରବକ୍ତା କୃଣାଳ ଘୋଷ କହିଛନ୍ତି ଏହି ଶବ ବାଙ୍ଗଲାଦେଶର କୌଣସି ନାଗରୀକଙ୍କର । ଏହା ଛଡା ସେ କହିଛନ୍ତି ସୀମାରେ ୫୦ କିଲୋମିଟର ପର୍ଯ୍ୟନ୍ତ ଗତିବିଧି ଉପରେ ବିଏସଏଫ ନଜର ରଖନ୍ତି ।

ବିଏସଏଫ କେନ୍ଦ୍ରସରକାରଙ୍କ ଅଧିକାର କ୍ଷେତ୍ରରେ ରହୁଛନ୍ତି । ତେବେ ଏହି ଘଟଣା ଉପରେ କେନ୍ଦ୍ର ସରକାର ଏବଂ ବିଜେପିକୁ ଏହାର ଜବାବ ଦେବାକୁ ପଡିବ । ଶବ ଏଠାକୁ କିପରି ଆସିଲା ଏବଂ ଏହି ଘଟଣା କିପରି ଘଟିଲା । ପ୍ରଶ୍ନ ରାଜ୍ୟ ସରକାର ଉପରେ ଆସିଲେ ଆମେ ତାହାର ଜବାବ ଦେବୁ । ସୂଚନା ଅନୁସାରେ ମହିଳା ଜଣଙ୍କ ହେଉଛନ୍ତି ଜଣେ ବାଙ୍ଗଲାଦେଶୀ ମହିଳା ସେ ମୁମ୍ବାଇରେ ଏକ ବିୟୁଟି ପାଲ୍ଲରରେ କାମ କରୁଥିଲେ । ସେ ବାଙ୍ଗଲାଦେଶକୁ ଫେରୁଥିବା ବେଳେ ଟଙ୍କା ପାଇଁ ତାଙ୍କ ହତ୍ୟା କରାଯାଇଛି ।

Get real time updates directly on you device, subscribe now.