fbpx

Video : କାଶୀର ମନ୍ଦିରରେ ବିଦେଶୀମାନେ ନିଜ ଷ୍ଟାଇଲରେ ଗାଇଲେ ହନୁମାନ ଚାଳିଶା, ଯାହାକୁ ଦେଖି ମନ୍ତ୍ରମୁଗ୍ଧ ହେଲେ ଲୋକ

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ହଜାର ଭିଡିଓ ସାମ୍ନାକୁ ଆସିଯାଉଛି, ଯେଉଁଥିରେ ବିଦେଶୀମାନେ ଭାରତୀୟ ସଂସ୍କୃତିକୁ ଆପଣାଉଥିବାର ଦେଖିବାକୁ ମିଳିଛି । ଏପରି ଅନେକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଆମ ସଂସ୍କୃତି ଶିଖିବାର, ଓମ୍ ଜଗଦୀଶ ହରେ ଗାଉଥିବାର, ଗୀତା ପଢ଼ୁଥିବାର, କୃଷ୍ଣଙ୍କ ଭକ୍ତି କରୁଥିବାର ଦେଖିବାକୁ ମିଳୁଛି । ଏପରି ଏକ ହୃଦୟସ୍ପର୍ଶୀ ମାମଲା ଏବେ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ବିଦେଶୀ ହନୁମାନ ଚାଳିଶା ପାଠ କରୁଥିବା ଦେଖିବାକୁ ମିଳିଛି ।

ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓ ବାରାଣାସୀ ବୋଲି କୁହାଯାଉଛି, ଯେଉଁଥିରେ ୩ ବିଦେଶୀ ହନୁମାନ ଚାଳିଶା ପାଠ କରିବା ସହ ଅଲଗା ଅଲଗା ମ୍ୟୁଜିକ୍ ଇଷ୍ଟୁମେଣ୍ଟ ମଧ୍ୟ ବଜାଉଥିବା ଦେଖିବାକୁ ମିଳିଛି । ସେମାନଙ୍କର ପାଠ କରିବା ଟିକେ ଅଲଗା, କିନ୍ତୁ କୌଣସି ବିଦେଶୀଙ୍କ ମୁହଁରୁ ହନୁମାନ ଚାଳିଶା ଶୁଣି ଲୋକମାନେ ମନ୍ତ୍ରମୁଗ୍ଧ ହୋଇଛନ୍ତି ।

ହନୁମାନ ଚାଳିଶା ଗାଉଥିବା ଏହି ୩ ବିଦେଶୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନଲାଇନ୍ ୟୁଜର୍ସମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି । ଲୋକମାନେ ଏହାକୁ ଶୁଣିବା ସହ ନିଜର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.