fbpx

ହୋଲିରେ ଏମିତି କରନ୍ତୁ ହନୁମାନଙ୍କ ପୂଜା: ଦୂର ହୋଇଯିବ ସମସ୍ତ ଦୁଃଖ ଓ କଷ୍ଟ

ନୂଆଦିଲ୍ଲୀ: ହନୁମାନ ହିନ୍ଦୁ ମାନଙ୍କର ପ୍ରିୟ ଆରାଧ୍ୟ ଦେବତା । ହନୁମାନଙ୍କୁ ଉପାସନା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂରେଇ ଯାଇଥାଏ । ସେହି କାରଣରୁ ହନୁମାନଙ୍କୁ ସଙ୍କଟ ମୋଚନ ଭାବରେ ମଧ୍ୟ ବିବେଚନା କରାଯାଇଥାଏ । ହିନ୍ଦୁ ପରମ୍ପରା ଅନୁଯାୟୀ ହୋଲିରେ ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଟଳି ଯାଇଥାଏ । ରଙ୍ଗର ଏହି ପର୍ବରେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ବିଘ୍ନ ଖଣ୍ଡନ ହୋଇଥାଏ । ହୋଲିକା ଦହନର ପରଦିନରେ ହୋଲି ପାଳିତ ହେଉଥିବା ବେଳେ ଏହି ଦିନରେ ହନୁମାନଙ୍କ ପୂଜା ଶୁଭ ଫଳ ପ୍ରଦାନ କରିଥାଏ ।

ହୋଲିକା ଦହନ ରାତିରେ ସ୍ନାନ କରି ହନୁମାନ ମନ୍ଦିର ଯାଆନ୍ତୁ କିମ୍ବା ଘରେ ହନୁମାନଙ୍କ ସାମ୍ନାରେ ବସି ପୂଜା କରନ୍ତୁ ।

ପୂଜା ଆରମ୍ଭ କରିବା ପୂର୍ବରୁ ସିନ୍ଦୂର ଆଉ ମଲ୍ଲୀ ଫୁଲର ତେଲ ଅର୍ପଣ କରନ୍ତୁ ।

ପରେ ସିନ୍ଦୁର ଓ ଚୋଳା ଚଢାଇ ପୂଜାବିଧି ଆରମ୍ଭ କରନ୍ତୁ ।

ଲାଲ ରଙ୍ଗର ଫୁଲରେ ପୂଜା କରନ୍ତୁ ।

ହଳଦିଆ ରଙ୍ଗର ପ୍ରସାଦ ସହିତ ଘିଅ ଦୀପ ଜଳାନ୍ତୁ ।

ହନୁମାନଙ୍କ ନିକଟରେ ବେସନର ଲଡ୍ଡୁ ଭୋଗ କରିପାରିବେ ।

ଏହା ପରେ ହନୁମାନ ଚାଳିଶା ପଢିବା ସହିତ ଆରତୀ କରନ୍ତୁ ।

ହନୁମାନଙ୍କ ନିକଟରେ ଗୁଡ ଏବଂ ଚଣାର ପ୍ରସାଦ ଚଢାନ୍ତୁ ।

ହୋଲିର ରାତିରେ ହନୁମାନ ଚାଳିଶା ଓ ବଜରଙ୍ଗ ବାଣ ଜପ କରନ୍ତୁ ।

Get real time updates directly on you device, subscribe now.