ଆଜି ନିଜର ପୁରୁଣା ଦଳ ବିପକ୍ଷରେ ଓହ୍ଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କଣ ରହିପାରେ ପ୍ଲେଇଙ୍ଗ ୧୧

ମୁମ୍ବାଇ: ଆଜି ନିଜ ପୁରୁଣା ଦଳ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ଲେଅଫରୁ ବାଦ ପଡି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଆଜି ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ହେବ ଲଢେଇ । ତେବେ ଏହି ମ୍ୟାଚରେ ବିଜୟ ହାସଲ କରି ଗୁଜୁରାଟ ପ୍ଲେଅଫର ଟିକେଟ ପାଇବା ପାଇଁ ଚେଷ୍ଟା କରିବ । ସେହିପରି ମୁମ୍ବାଇ ଏହି ମ୍ୟାଚ ଜିତି ନିଜ ସମ୍ମାନ ରକ୍ଷା କରିବାକୁ ଚାହିଁବ ।

୧୦ଟି ମ୍ୟାଚରୁ ୮ଟିରେ ବିଜୟଲାଭ କରି ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଗୁଜୁରାଟ । ସେହିପରି ୯ ମ୍ୟାଚରୁ ଗୋଟିଏ ବିଜୟ ସହ ଟେବୁଲର ୧୦ମ ସ୍ଥାନରେ ମୁମ୍ବାଇ ରହିଛି । ପୂର୍ବ ମ୍ୟାଚରେ ରାଜସ୍ଥାନ ରୋୟଲ୍ସକୁ ହରାଇ ସିଜନର ପ୍ରଥମ ପଏଣ୍ଟ ହାସଲ କରିବା ସହ ମନୋବଳ ଫେରି ପାଇଥିବ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଗୁଜୁରାଟ ପୂର୍ବ ମ୍ୟାଚରେ ପଞ୍ଜାବ କିଙ୍ଗସ ନିକଟରୁ ପରାସ୍ତ ହୋଇଛି । ତେବେ ଶେଷ ମ୍ୟାଚ ଗୁଡିକରେ ଦଳ ନିଜ ଲୟ ହରାଇବାକୁ ଚାହିଁବେନି ମୁମ୍ବାଇର ପୂର୍ବତନ ଖେଳାଳି ତଥା ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ଏହାବ୍ୟତୀତ ଆଜି ଉଭୟ ଦଳ ପାଇଁ ପ୍ଲେଇଙ୍ଗ ୧୧ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ରହିବ । ତେବେ ଆସନ୍ତୁ ଜାଣିବା କଣ ରହିବ ଉଭୟ ଦଳର ସମ୍ଭାବିତ ପ୍ଲେଇଙ୍ଗ ୧୧ ।

ଗୁଜୁରାଟ ଟାଇଟନ୍ସ:

IPL 2022: PBKS vs GT Dream11 Prediction, Fantasy Tips, Possible Playing 11, Match Prediction - myKhel

ଶୁଭମନ ଗିଲ, ରିଦ୍ଧିମାନ ସାହା(ୱିକେଟ କିପର), ବି ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡାଭିଡ ମିଲର, ରାହୁଲ ତେୱାତିଆ, ରାଶିଦ ଖାନ, ଅଲଜୋରୀ ଜୋସେଫ, ଲକି ଫର୍ଗୁସନ, ମହମ୍ମଦ ଶାମୀ ଏବଂ ପ୍ରଦୀପ ସାଙ୍ଗୱନ

ମୁମ୍ବାଇ ଇଣ୍ଡିଆନ୍ସ:

IPL 2022: Mumbai Indians most valuable IPL franchise, as per Forbes report - Firstcricket News, Firstpost

ଇଶାନ କିଶାନ(ୱିକେଟ କିପର), ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ ଡାଭିଡ, କାଏରନ ପୋଲାର୍ଡ, ଫେବିୟନ ଏଲନ, ଡାନିଏଲ ସାମ୍ସ, ଜୟଦେବ ଉନାଦକତ, ଜଶପ୍ରୀତ ବୁମରାହ ଏବଂ ବାସିଲ ଥାମ୍ପି ।

Get real time updates directly on you device, subscribe now.