fbpx

ହରିୟାଣା ବିଧାନସଭା ନିର୍ବାଚନ ୨୦୨୪: ବିଜେପିକୁ କଡ଼ା ଟକ୍କର ଦେଇପାରେ କଂଗ୍ରେସ, ଜିତିବା ପାଇଁ ରଣନୀତି ପ୍ରସ୍ତୁତି କରୁଛି ବିଜେପି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପରେ ହରିୟାଣା ବିଧାନସଭାର ବିଗୁଲ ବାଜସାରିଛି । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ହରିୟାଣା ବିଧାନସଭାର ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ଜିତିବା ନେଇ ଆଶା ବ୍ୟକ୍ତ କରିଛି ।

ହରିୟାଣାରେ ୯୦ଟି ବିଧାନସଭା ଆସନ ପାଇଁ ଚଳିତ ବର୍ଷ ୧ ଅକ୍ଟୋବରକୁ ଭୋଟ୍ ହେବ । ସେପ୍ଟେମ୍ବର ୫ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଅକ୍ଟୋବର ୫ରେ ଫଳାଫଳ ଘୋଷଣା ହେବ । ବିଜେପି ନେତା ଅନିଲ ଭିଜଙ୍କ କହିବାନୁଯାୟୀ ବିଧାନସଭା ନିର୍ବାଚନା ପାଇଁ ଦଳ ସମସ୍ତ ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇବ । କିନ୍ତୁ ବିଜେପି ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିବ । ଗତ ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ କଂଗ୍ରେସ ଉତ୍ତମ ପ୍ରଦର୍ଶନ କରିଥିବାରୁ ଉତ୍ସାହିତ ଅଛି ଏବଂ ବିଜେପିକୁ କଡ଼ା ଟକ୍କର ଦେଇପାରେ । ହରିୟାଣାରେ ପ୍ରାୟ ୨ କୋଟି ଭୋଟର ସେମାନଙ୍କ ଭୋଟ ସାବ୍ୟସ୍ତ କରିବେ । ନିର୍ବାଚନ ଆୟୋଗଙ୍କ କହିବାନୁଯାୟୀ ଆସନ୍ତା ଅଗଷ୍ଟ ୨୭କୁ ଭୋଟର ତାଲିକା ପ୍ରକାଶ ପାଇବ । ଏଥର ମଲ୍ଟି ହାଉସିଂ ସୋସାଇଟିରେ ବି ଭୋଟିଂ କେନ୍ଦ୍ର କରାଯିବ ବୋଲି କହିଛନ୍ତି ।

 

Get real time updates directly on you device, subscribe now.