fbpx

(Video) ଟିଷ୍ଟଲରେ ନିଜେ ଚାହା ତିଆରି କଲେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଚାଲିଛି। ସେହିପରି ଅନ୍ୟ ପକ୍ଷରେ ହାରିୟାଣାରେ ନିର୍ବାଚନ ପ୍ରସ୍ତୁତିମାନ ମଧ୍ୟରେ ସିଏମ ନାୟବ ସିଂହ ସାଇନିଙ୍କ ଭିନ୍ନ ଏକ ପ୍ରୟାସ ଦେଖିବାକୁ ମିଳିଛି। ସେ ରାଲିରେ ସାମିଲ ହୋଇ ଫେରିବା ସମୟରେ ମୁଖ୍ୟମନ୍ତ୍ରୀ ସାଇନି ଭୈଣୀ ମହାରାଜପୁରରେ ନିଜ ରାଲିକୁ ସ୍ଥଗିତ ରଖି ଏକ ଚାହା ଦୋକାନରେ ପହଞ୍ଚିଛନ୍ତି। ସେଠାରେ ସିଏମ ନିଜ ହାତରେ ଚାହା ତିଆରି କରି ଲୋକଙ୍କୁ ଦେଇଛନ୍ତି।

ଯାହାପରେ ମୁଖ୍ୟମନ୍ତ୍ରୀ ସାଇନି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଭିଡିଓ ପୋଷ୍ଟ କରିଛନ୍ତି। ବିଜେପିର ପ୍ରଦେଶ ମିଡିଆ ସହ ପ୍ରଭାରୀ ଶମଶେର ସିଂହ ଖରକ କହିଛନ୍ତି ଯେ, ସିଏମ ସାଇନି ଶନିବାର ଦିନ ହାନସୀ ରାଲିକୁ ସମ୍ବୋଧିତ କରି ଚଣ୍ଡିଗଡ଼ ଫେରୁଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଚାହା ପିଇବାକୁ ଇଚ୍ଛା ହେଲା। ସେତେବେଳେ ମୁଖ୍ୟମନ୍ତ୍ରୀ ରୋହତକ ଜିଲ୍ଲାର ଭୈଣୀ ମହାରାଜପୁର ଗାଁରେ ନିଜ ରାଲିକୁ ରୋକିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକ ଚାହା ଦୋକାନରେ ପହଞ୍ଚିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ପାଇଁ ଚାହା ପ୍ରସ୍ତୁତ କରିଥିଲେ। ଏହି ସମୟରେ ସେ ପିଲାମାନଙ୍କ ସହ କଥା ମଧ୍ୟ ହୋଇଛନ୍ତି। ସେ ସେଠାରେ ପହଞ୍ଚଛନ୍ତି ଏବଂ ଗ୍ରାମବାସୀଙ୍କ ସହ କଥା ହୋଇଛନ୍ତି। ଯାହପରେ ସିଏମ କନଭେନ ସହ ଚଣ୍ଡିଗଡ଼କୁ ଫେରିଛନ୍ତି।

Get real time updates directly on you device, subscribe now.