ଦେଶର ପରିବେଶକୁ ଖରାପ କରୁଛି ଘୃଣ୍ୟ ଭାଷଣ, ଏହାକୁ ବନ୍ଦ କରିବା ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ମାହୋଲକୁ ଖରାପ କରୁଛି ଘୃଣାଭାର ଭାଷଣ। ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମକୋର୍ଟ। ସୋମବାର କୋର୍ଟ କହିଛନ୍ତି ଯେ, ଘୃଣାଭରା ଭାଷଣ ଦେଶର ମହୋଲକୁ ଖରାପ କରୁଛି। ଯାହା ଖୁବ୍ ଶୀଘ୍ର ବନ୍ଦ ହେବା ଆବଶ୍ୟକ। ମୁଖ୍ୟ ବିଚାରପତି ୟୁୟ ଲଳିତ ଏବଂ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବା ସମୟରେ ଏହି ବିଷୟରେ ମନ୍ତବ୍ୟ ଦେଇଥିଲ। ଏହି ମାମଲାରେ ଅଭିଯୋଗ କରାଯାଇଥିଲା ଯେ, ଏହି ପ୍ରକାର ଭଷଣ ଉପରେ ସରକାରୀ ଅଧିକାରୀ କୋଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି।

ଆବେଦନକାରୀ ନିଜେ ଏହି ମାମଲାରେ ଉପସ୍ଥିତ ରହି କହିଥିଲେ ଯେ, ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ଲାଗି ବିଭିନ୍ନ ପ୍ରକାର ଆକ୍ରାତ୍ମକ ଭାଷଣ ଦିଆଯାଉଛି। ଆବେଦନକାରୀଙ୍କ କଥାରେ ଏକମତ ହୋଇ ଖଣ୍ଡପୀଠ କହିଥିଲେ ଯେ, ‘ଏହି ପ୍ରକାର ଘୃଣାଭରା ଭାଷଣ ଦେଶର ମାହୋଲକୁ ଖରାପ କରୁଛି। ଯାହାକୁ ରୋକିବା ନିହାତି ଜରୁରୀ। ଆବେଦନକାରୀ ଏହା ମଧ୍ୟ ଅଭିଯୋଗ ଲାଗଇଥିଲେ ଯେ, ବିଜେପିର ବରିଷ୍ଠ ନେତାମାନଙ୍କ ଉଦାହରଣ ଦେଇ କହିଥିଲେ। ଯେଉଁଥିରେ ସଂଖ୍ୟାଲଘୁ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ନେତାମାନେ ଦାବି କରିଛନ୍ତି। ଏହାକୁ ନେଇ ଖଣ୍ଡପୀଠ କହିଥିଲେ ଯେ, ଏହିଭଳି ମାମଲା ଗୁଡ଼ିକୁ ଉପରେ ସାମାନ୍ୟ ଅପରାଧିକ କାର୍ଯ୍ୟାନୁଷ୍ଟାନ ନିଆଯିବା ଉଚିତ୍।’