fbpx

ଛୁଆକୁ ଜନ୍ମ ଦେବା ବେଳେ ମହିଳାଙ୍କୁ କାନ୍ଦିବା ମନା: ଏହି ସମ୍ପ୍ରଦାୟରେ ରହିଛି ଅଜବ ନିୟମ

ମା ହେବା ଏକ ମହିଳା ଜୀବନରେ ଅତି ସୁନ୍ଦର ମୁହୂର୍ତ୍ତ । ମା’ ହେବାର ଖବର ସହିତ ତା’ର ଦୁନିଆ ବଦଳିଯାଏ । ପ୍ରତ୍ୟେକ ମହିଳାଙ୍କୁ ଏକ ସନ୍ତାନ ଜନ୍ମ କରିବା ସମୟରେ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡିଥାଏ । ସେ ନିଜ ପିଲାକୁ ଦୁନିଆକୁ ଆଣିବା ପାଇଁ ପ୍ରସବ ସମୟରେ ଏହି ଯନ୍ତ୍ରଣା ମଧ୍ୟ ସହ୍ୟ କରିଥାଏ । ଏହି ସମୟରେ ସେ କାନ୍ଦନ୍ତି ଏବଂ ଚିତ୍କାର କରନ୍ତି କିନ୍ତୁ କେହି ତାଙ୍କୁ ଏପରି କରିବାକୁ ଅଟକାନ୍ତି ନାହିଁ । ସମଗ୍ର ବିଶ୍ୱରେ ଅନେକ ଅଜବ ପରମ୍ପରା ଅଛି, ଯେଉଁଥିରୁ କିଛି ବହୁତ ଭଲ ରହିଛି ତ ଆଉ କିଛି ଆଶ୍ଚର୍ଯ୍ୟକର । ମା’ ହେବା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଥିବା ପରମ୍ପରା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ମହିଳାମାନେ ସନ୍ତାନ ପ୍ରସବ କଲାବେଳେ କାନ୍ଦିବାକୁ ଅନୁମତି ଦିଆଯାଇନଥାଏ ।

ଏକ ସନ୍ତାନ ପ୍ରସବ କରିବା ପ୍ରକ୍ରିୟାରେ କେତେ ଯନ୍ତ୍ରଣା ଅଛି, କେବଳ ମହିଳାମାନେ ଅନୁଭବ କରିପାରନ୍ତି । କିନ୍ତୁ ନାଇଜେରିଆର ଏକ ସମ୍ପ୍ରଦାୟରେ ଗର୍ଭବତୀ ମହିଳାମାନଙ୍କର ପ୍ରସବ ସମୟରେ କାନ୍ଦିବାର ଅଧିକାର ନାହିଁ । ଏହି ସମ୍ପ୍ରଦାୟ ହୌସା ନାମରେ ଜଣାଶୁଣା । ଏଠାରେ ମହିଳାମାନଙ୍କୁ ବାଧ୍ୟତାମୂଳକ ଭାବରେ ପ୍ରସବ ଯନ୍ତ୍ରଣା ଭୋଗିବାକୁ ପଡିବ । ଦକ୍ଷିଣ-ପୂର୍ବ ନାଇଜେରିଆରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ସେଠାରେ ଅଧିକାଂଶ ମହିଳା ଯନ୍ତ୍ରଣାରୁ ମୁକ୍ତି ପାଇଁ ମେଡିସିନ୍ ବିଷୟରେ ଜାଣି ନାହାଁନ୍ତି । ଏହା ମଧ୍ୟ କୁହାଯାଇପାରେ ଯେ, ସେଠାରେ ଥିବା ମହିଳାମାନେ ବାଧ୍ୟ ହୋଇ ଏହି କଷ୍ଟଦାୟକ ପରମ୍ପରାକୁ ଅନୁସରଣ କରୁଛନ୍ତି । ଏବେବି ସେଠାକାର ମହିଳାମାନେ ଏହି ନିଷ୍ଠୁର ପରମ୍ପରା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସଶକ୍ତ ହୋଇପାରିନାହାନ୍ତି ।

ନାଇଜେରିଆରେ ରହୁଥିବା ବାକି ସମ୍ପ୍ରଦାୟର ନିଜସ୍ୱ ରୀତିନୀତି ଅଛି । ଏଠାରେ ବୋନି ନାମରେ ଜଣାଶୁଣା ସମ୍ପ୍ରଦାୟରେ ଝିଅମାନଙ୍କୁ ପିଲାଦିନରୁ ପ୍ରସବ ଯନ୍ତ୍ରଣା ବିଷୟରେ ଶିକ୍ଷା ଦିଆଯାଏ । ସେହିପରି ଫୁଲାନି ସମ୍ପ୍ରଦାୟରେ ଝିଅମାନଙ୍କୁ କୁହାଯାଇଛି ଯେ, ପ୍ରସବ ସମୟରେ ଭୟ କରିବା ଏବଂ କାନ୍ଦିବା ଲଜ୍ଜାଜନକ ନୁହେଁ, କିନ୍ତୁ ଅନ୍ୟ ଅଞ୍ଚଳରେ ହୌସର ପରମ୍ପରା ଶୁଣିବା ପରେ ଲୋମ ଟାଙ୍କୁରୀ ଯାଉଛି ।

Get real time updates directly on you device, subscribe now.