fbpx
BJD SKY
BJD SKY

ବିବାହ ପାଇଁ ମନା କରିବାରୁ ପ୍ରେମିକାକୁ କଚାଡ଼ି କଚାଡ଼ି ପିଟିଲା ପ୍ରେମିକ; ଅଭିଯୁକ୍ତର ଘର ଭାଙ୍ଗିଲା ପ୍ରଶାସନ

BJD

ନୂଆଦିଲ୍ଲୀ: ବିବାହ ପାଇଁ ମନା କରିବାରୁ ପ୍ରେମିକାକୁ କଚାଡ଼ି କଚାଡ଼ି ମାରିଲା ପ୍ରେମିକ । ଏହାର ଏକ ଭିଡିଓ ବର୍ତ୍ତାମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ପ୍ରେମିକ ଜଣକ ପ୍ରେମିକାକୁ ଅତି ନିର୍ଦ୍ଦୟ ଭାବେ ପିଟୁଥିବା ଦେଖିବାକୁ ମିଳିଛି । ମୁହଁକୁ ଗୋଇଠା ଉପରେ ଗୋଇଠା ମାରି ଝିଅଟିକୁ ଅଚେତ କରି ଦେଇଥିଲା ପ୍ରେମିକ । ତେବେ ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶରୁ ରିୱା ଜିଲ୍ଲାରୁ ସାମ୍ନାକୁ ଆସିଛି ।
୧୯ ବର୍ଷ ବୟସ୍କା ଜଣେ ଝିିଅ ବିବାହ କରିବାକୁ ମନା କରିବାରୁ ପ୍ରେମିକ ଅତି ନିର୍ମମ ଭାବେ ଫୋପାଡି ଦେଇଥିଲା । ଭାଇରାଲ ହୋଇଥିବା ଭିଡିଓରେ ୨୪ ବର୍ଷୀୟ ପଙ୍କଜ ତ୍ରିପାଠୀ ନିଜ ପ୍ରେମିକାକୁ ଚାପୁଡ଼ା ମାରିବା ସହ ଚୁଟି ଧରି ତଳେ ଫୋପାଡ଼ି ଥିବାର ନଜର ଆସିଛି । ପରେ ସେ ତାର ମୁହଁରେ ଏବଂ ସାରା ଶରୀରରେ ଗୋଇଠା ଉପରେ ଗୋଇଠା ମାରିଥିଲା ।

ପୋଲିସ କହିଛି ଯେ ଅଭିଯୁକ୍ତ ତ୍ରିପାଠୀକୁ ଶନିବାର ରାତିରେ ଉତ୍ତରପ୍ରଦେଶର ମିର୍ଜାପୁରରୁ ଗିରଫ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତର ଘର ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଆଜି ଏକ ବୁଲଡୋଜର ପଠାଇଥିଲା । ଘରଟି ସମ୍ପୂର୍ଣ୍ଣ ନଭାଙ୍ଗିବା ପର୍ଯ୍ୟନ୍ତ ମେସିନ୍ କାମ ଜାରି ରଖିଥିଲା । ଅଭିଯୁକ୍ତ ତ୍ରିପାଠୀ ଏକ କାର ଚଳାଇ ରୋଜଗାର କରୁଥଲା ବେଳେ ତାର ଲାଇସେନ୍ସ ବର୍ତ୍ତମାନ କ୍ୟନ୍ସଲ କରାଯାଇଛି । ଏଥିସହ ତାଙ୍କ ବିରୋଧରେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଥିବାରୁ ଜଣେ ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ସୂଚନା ଅନୁଯାୟୀ ମହିଳା ଜଣକ ନିଜ ପ୍ରେମିକର ଆକ୍ରମଣରେ ଚେତାଶୂନ୍ୟ ହୋଇ ଯାଇଥିଲେ । ମହିଳା ଜଣକ ରାସ୍ତା କଡ଼ରେ ଘଣ୍ଟା ଘଣ୍ଟା ଧରି ଚେତାଶୂନ୍ୟ ହୋଇ ପଡ଼ିଥିଲେ । ପରେ ତାଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନା ନେଇଥିଲେ । ପୋଲିସ କହିଛି ଯେ ଯେତେବେଳେ ପ୍ରେମିକା ଜଣଙ୍କ ଅଭିଯୁକ୍ତକୁୁ ବିବାହ କରିବାକୁ ମନା କରିଦେଇଥିଲେ ସେତେବେଳେ ସେ ରାଗିଯାଇ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିଲେ ।

Get real time updates directly on you device, subscribe now.