fbpx

PPF ଯୋଜନାରେ ଟଙ୍କା ବିନିଯୋଗ କରିଛନ୍ତି କି ? ସରକାର ଦେଲେ ଖୁସି ଖବର, ଏବେ ମିଳିବ ଅଧିକ ଲାଭ !

ନୂଆଦିଲ୍ଲୀ: ଭାରତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନା ପରିଚାଳିତ ହେଉଛି । ଏହି ଯୋଜନା ଗୁଡିକରେ ଆପଣମାନେ ଟଙ୍କା ବିନିଯୋଗ କରି ଭଲ ରିଟର୍ଣ୍ଣ ପାଇପାରିବେ । ଯୋଜନାଗୁଡିକ ଭିତରୁ ଜନସାଧାରଣ ଯୋଗାଣ ପାଣ୍ଠି(ପିପିଏଫ) ହେଉଛି ଅନ୍ୟତମ । ଯଦି ଆପଣମାନେ ଏହି ଯୋଜନାରେ ଟଙ୍କା ବିନିଯୋଗ କରିଛନ୍ତି ତେବେ ପ୍ରତ୍ୟେକ ମାସର ୫ ତାରିଖ ଆପଣଙ୍କ ପାଇଁ ଜରୁରୀ ଅଟେ । ଯଦି ଆପଣ ମାସର ୫ ତାରିଖକୁ ଧ୍ୟାନରେ ରଖି ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣ ଅଧିକ ଲାଭ ପାଇ ପାରିବେ । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଏ ନେଇ ସୂଚନା ଦିଆଯାଇଛି ।

ଆପଣ ଏହି ପିପିଏଫ ଯୋଜନାରେ ବାର୍ଷିକ ୫୦୦ ଟଙ୍କାରୁ ଆରମ୍ଭ କରି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ତେବେ ଏହି ଯୋଜନାରେ ପ୍ରତ୍ୟେକ ମାସର ୫ ତାରିଖ କିମ୍ବା ଏହା ପୂର୍ବରୁ ଟଙ୍କା ଜମା କରିନେବା ଉଚିତ । ଯଦି ୫ ତାରିଖ ପୂର୍ବରୁ ଟଙ୍କା ଜମା କରନ୍ତି, ତେବେ ସେହି ମାସର ସୁଧ ଆପଣଙ୍କ ଖାତାକୁ ଦିଆଯିବ । କିନ୍ତୁ ୫ତାରିଖ ପରେ ଆପଣ ଟଙ୍କା ଜମା କଲେ ସେହି ମାସର ସୁଧ ଆପଣଙ୍କୁ ମିଳିବ ନାହିଁ ।

ପିପିଏଫ ଯୋଜନାରେ ୭.୧ ପ୍ରତିଶତ ହାରରେ ସୁଧ ମିଳିଥାଏ । ମାସର ୫ ତାରିଖରୁ ଆରମ୍ଭ କରି ମାସର ଶେଷ ତାରିଖ ମଧ୍ୟରେ ଯେଉଁ ସର୍ବନିମ୍ନ ଟଙ୍କା ଥାଏ, ଏହାରି ଉପରେ ମାସକର ସୁଧ ମିଳିଥାଏ । ୫ତାରିଖ ପରେ ଜମା ହୋଇଥିବା ଟଙ୍କାର ସୁଧ ଆସନ୍ତା ମାସରେ ମିଳିଥାଏ । ସୂଚନା ଅନୁସାରେ ଜଣେ ବ୍ୟକ୍ତି କେବଳ ଗୋଟିଏ ଖାତା ଖୋଲି ପାରିବେ । ସେହିପରି ୨୦୧୯ ଡିସେମ୍ବର ୧୨ପର ଠାରୁ ଖୋଲାଯାଇଥିବା ଏକରୁ ଅଧିକ ଖାତା ବନ୍ଦ ରହିବ । ଏହା ସହ ଏଥିରେ କୌଣସି ସୁଧ ଦିଆଯିବ ନାହିଁ ।

Get real time updates directly on you device, subscribe now.