fbpx

ବିଳମ୍ୱରେ ଅଫିସ ଆସିବାରୁ ସହକର୍ମୀଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ହାବିଲଦାର; କନଷ୍ଟେବଳ ଗୁରୁତର

ବାରିପଦା: (ଓଡ଼ିଶା ଭାସ୍କର) ବିଳମ୍ୱରେ ଅଫିସ ଆସିବାରୁ କନଷ୍ଟେବଳଙ୍କ ଉପରକୁ ଗରମ ପାଣି ଫିଙ୍ଗିଦେଲେ ହାବିଲଦାର । ସହକର୍ମୀଙ୍କ ଉପରେ ଗରମ ପାଣି ଫିଙ୍ଗି ସସ୍‌ପେଣ୍ଡ୍‌ ହେଲେ ହାବିଲଦାର । ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ ଏଭଳି କାଣ୍ଡ ଦେଖିବାକୁ ମିଳିଛି । ତେବେ ହାବିଲଦାରଙ୍କ ଏଭଳି ବର୍ବରତା ପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଅଗ୍ନିଶମ କନଷ୍ଟେବଳଙ୍କ ଉପରେ ଗରମ ପାଣି ଫିଙ୍ଗିଥିଲେ ହାବିଲଦାର ।

କନଷ୍ଟେବଳ ବିଳମ୍ବରେ କାର୍ଯ୍ୟାଳୟରେ ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପାଟିତୁଣ୍ଡ ଏତେ ବଢ଼ିଯାଇଥିଲା ଯେ ରାଗିଯାଇ ଥିଲେ ହାବିଲଦାର । ସେଠାରେ ଥିବା ଗରମ ପାଣି କନେଷ୍ଟେବଳଙ୍କ ଉପରକୁ ଫିଙ୍ଗିଥିଲେ । ଗରମ ପାଣି ପଡ଼ିବାରୁ ସଙ୍ଗେସଙ୍ଗେ ଗୁରୁତର ହୋଇଥିଲେ କନେଷ୍ଟେବଳ । ଗୁରୁତର ଅବସ୍ଥାରେ କନଷ୍ଟେବଳଙ୍କୁ ନେଇ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.