ଭୁବନେଶ୍ୱର: ଓଡ଼ିଶାକୁ ଏଚସିଏଲ୍ ଟେକ୍ ଆସିବ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଇନଭେଷ୍ଟର ଟିମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର କ୍ୟାମ୍ପସ ସହ ୟୁନିଭର୍ସିଟି କରିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ନୋଏଡା ସ୍ଥିତି ଏଚସିଏଲ୍ ଟେକ୍ କାର୍ଯ୍ୟାଳୟ ଯାଇ ସେଠାକାର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ମୋହନ ମାଝୀ ।
ଓଡ଼ିଶାରେ ଆଇଟି ସେକ୍ଟରରେ ବିକାଶ ଓ ବୈଳ୍ପବିକ ପରିବର୍ତ୍ତନ ଆଣିବା ପାଇଁ ଯାଉଛନ୍ତି ରାଜ୍ୟ ସରକାର । ଏ ନେଇ କିଛିଦିନ ପୂର୍ବେ ଓଡ଼ିଶାକୁ ଆଇଟି ହବ୍ କରିବା ନେଇ ବଡ଼ ଘୋଷଣା କରିଥିଲେ ସରକାର ।