fbpx

HDFC ବ୍ୟାଙ୍କର ଦ୍ୱିତୀୟ କ୍ୱାର୍ଟର ଲାଭ ୮୮୩୪ କୋଟି

ନୂଆଦିଲ୍ଳୀ: ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ ଏଚଡିଏଫସିର ଦ୍ୱିତୀୟ କ୍ୱାର୍ଟର ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ୨୦୨୧ ସେପ୍ଟେମ୍ବର ସୁଦ୍ଧା ପ୍ରକାଶିତ କ୍ୱାର୍ଟରରେ ଏଚଡିଏଫସି ୮୮୩୪.୩୧ କୋଟି ଟଙ୍କାର ଲାଭ ହାସଲ କରିଛି । ବିଗତ ବର୍ଷ ତୁଳନାରେ ଏହି ଲାଭର ପରିମାଣ ୧୭.୬ ପ୍ରତିଶତ ଅଧିକ ରହିଛି । ଏହା ସହିତ ଋଣର ପରିମାଣ ୧୫.୫ ପ୍ରତିଶତ ବଢିଥିବା ବେଳେ ସୁଧ ଆଦାୟର ପରିମାଣ ୧୨.୧ ପ୍ରତିଶତ ବଢି ୧୭ ହଜାର ୬୮୪କୋଟି ଟଙ୍କା ରହିଛି ।
ବ୍ୟାଙ୍କର ଆର୍ଥିକ ଫଳାଫଳ ପ୍ରକାଶ ପାଇବା ପରେ ନିବେଶକଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । କମ୍ପାନୀର ଅଂଶଧନ ମୂଲ୍ୟରେ ପ୍ରାୟ ୨.୯୩ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା । ୪୮ ଟଙ୍କାର ଅଭିବୃଦ୍ଧି ସହିତ ଅଂଶଧନ ମୂଲ୍ୟ ୧୬୮୭.୪୦ ଟଙ୍କାରେ ରହିଥିଲା । ଏହା ସହିତ ଆଗାମୀ ଦିନରେ ଅଂଶଧନ ମୂଲ୍ୟ ଆହୁରି ବଢିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.