fbpx

୨୫୦୦ ଲୋକଙ୍କୁ ରୋଜଗାର ଦେବ ଏଚଡିଏଫସି, ୨ ଲକ୍ଷ ଗ୍ରାମରେ ଖୋଲିବ ନୂଆ ବ୍ରାଞ୍ଚ

ନୂଆଦିଲ୍ଲୀ: କରୋନାରେ ଚାକିରି ହରାଇ ଦୁର୍ଦ୍ଦିନରେ ଗତି କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦେଶର ବୃହତ ପ୍ରାଇଭେଟ୍ ବ୍ୟାଙ୍କ ଏଚଡିଏଫସି ୨୫୦୦ ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ଘୋଷଣା କରିଛି । ଏଥିପାଇଁ ୨ ଲକ୍ଷ ଗ୍ରାମରେ ବ୍ରାଞ୍ଚ ନେଟୱାର୍କ ସ୍ଥାପନ ହେବା ସହ ଲୋକଙ୍କ ନିକଟତର ହେବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି । ଆସନ୍ତା ୬ ମାସ ମଧ୍ୟରେ ଲୋକମାନେ ଚାକିରି ପାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ଦେଢ଼ବର୍ଷରୁ ଦୁଇବର୍ଷ ମଧ୍ୟରେ ଏଚଡିଏଫସି ଦେଶର ବିଭିନ୍ନ ଅଞ୍ଚଳରେ ବ୍ରାଞ୍ଚ ନେଟୱାର୍କ, ବିଜିନେସ କରେସପଣ୍ଡେଣ୍ଟ, ବିଜିନେସ ଫେସିଲିଟେଟର୍ସ, କମନ ସର୍ଭିସ ସେଣ୍ଟର ପାର୍ଟନର, ଭର୍ଚୁଆଲ ରିଲେସନସିପ ମ୍ୟାନେଜମେଣ୍ଟ ଓ ଡିଜିଟାଲ ପ୍ଲାଟଫର୍ମ ବୃଦ୍ଧି କରିବ । କିଛିଦିନ ତଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସେବାକୁ ପ୍ରଧାନ୍ୟ ଦେବାକୁ କହିଥିଲେ । ଅର୍ଥମନ୍ତ୍ରୀଙ୍କ ଏହି ବୟାନ ପରେ ଏଚଡିଏଫସି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଏନେଇ ଏଚଡିଏଫସି ପକ୍ଷରୁ କୁହାଯାଇଛି ଯେ, ନେଟୱାର୍କ ବିସ୍ତାର ପରେ ଗ୍ରାମାଞ୍ଚଳରେ ବ୍ୟାଙ୍କ ପହଞ୍ଚି ପାରିବ । ଫଳରେ ସାଧାରଣ ଲୋକେ ବ୍ୟାଙ୍କିଂ କ୍ଷେତ୍ର ସହିତ ସହଜରେ ଯୋଡ଼ି ହୋଇପାରିବେ । ସାଧାରଣତଃ କ୍ରେଡିଟ ଓ ଲୋନ କ୍ଷେତ୍ରରେ ଦେଶର ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରୀ ଅଞ୍ଚଳରେ ଏହି ସେବା ଏବେବି ଅପହଞ୍ଚ ରହିଛି । ଏହି ଅଞ୍ଚଳମାନଙ୍କରେ ବିକାଶ ପାଇଁ ବ୍ୟାଙ୍କର ବଡ଼ ଭୂମିକା ରହିଥିବା ବ୍ୟାଙ୍କର ଗ୍ରୁପ ହେଡ୍ କହିଛନ୍ତି ।

Get real time updates directly on you device, subscribe now.