fbpx

ପଞ୍ଚମ ପର୍ଯ୍ୟାୟର ସବୁଠାରୁ ଧନୀ ଏହି ବିଜେପି ପ୍ରାର୍ଥୀ, ସବୁଠାରୁ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୬୭ ଟଙ୍କା: ADR ରିପୋର୍ଟ

ନୂଆଦିଲ୍ଲୀ: ଆଜି ଦେଶର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଇଭିଏମ୍ ମେଶିନରେ ପ୍ରାୟ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହେବ । ରାଏବରେଲୀ ଭଳି ଅନ୍ୟ ହାଇ ପ୍ରୋଫାଇଲ୍ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଏଭଳି ସ୍ଥିତିରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ କିଏ ସବୁଠାରୁ ଧନୀ ଓ କିଏ ଗରିବ ଜାଣିବା କୌତୁହଳ ସୃଷ୍ଟି କରିଥାଏ ।

ଆଜି ଉତ୍ତରପ୍ରଦେଶ(୧୪), ମହାରାଷ୍ଟ୍ର(୧୩), ପଶ୍ଚିମବଙ୍ଗ(୭), ଓଡ଼ିଶା(୫), ଝାଡ଼ଖଣ୍ଡ(୩), ଜାମ୍ମୁ କାଶ୍ମୀର(୧) ଏବଂ ଲାଦାଖ(୧) ଆସନ ପାଇଁ ମତଦାନ ଜାରି ରହିଛି । ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ୍‌ସ ଅନୁଯାୟୀ ଆଜି ମୋଟ୍ ୬୯୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୭ କୋଟିପତି ଅଟନ୍ତି । ତେବେ ଆସନ୍ତୁ ଜାଣିବା ୫ମ ପର୍ଯ୍ୟାୟ ମତଦାନ ପାଇଁ କେଉଁ ରାଜ୍ୟର କିଏ ସବୁଠାରୁ ଧନୀ ଓ କିଏ ଗରିବ ପ୍ରାର୍ଥୀ ।

୧. ପ୍ରଥମେ ସବୁଠାରୁ ଧନୀ ପ୍ରାର୍ଥୀ ତାଲିକାରେ ଅଛନ୍ତି ବିଜେପି ପ୍ରାର୍ଥୀ ଅନୁରାଗ ଶର୍ମା । ସେ ଉତ୍ତର ପ୍ରଦେଶର ଝାନସୀ ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ମୋଟ୍ ସମ୍ପତ୍ତି ୨୧୨ କୋଟି ଟଙ୍କା ।

୨. ଦ୍ୱିତୀୟ ଧନୀ ପ୍ରାର୍ଥୀ ତାଲିକାରେ ଅଛନ୍ତି ମହାରାଷ୍ଟ୍ରର ଭିୱଣ୍ଡି ଆସନରୁ ସ୍ୱାଧୀନ ପ୍ରାର୍ଥୀ ନିଲେଶ ଭଗବାନ ସାଓଁରେ । ତାଙ୍କ ମୋଟ୍ ସମ୍ପତ୍ତି ୧୧୬ କୋଟି ଟଙ୍କା ।

୩. ତୃତୀୟ ନମ୍ବରରେ ଅଛନ୍ତି ପୀୟୁଷ ଗୋୟଲ । ମୁମ୍ବାଇ ନର୍ଥ ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କର ମୋଟ୍ ସମ୍ପତ୍ତି ୧୧୦ କୋଟି ଟଙ୍କା । ପୀୟୁଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟର ଜଣେ ଖାସ୍ ମନ୍ତ୍ରୀ । ସେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି ।

୪. ବିହାରରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ରୀ ରୋହିଣୀ ଆଚାର୍ଯ୍ୟ । ତାଙ୍କର ମୋଟ୍ ସମ୍ପତ୍ତି ୩୬ କୋଟି ଟଙ୍କା । ତାଙ୍କ ବିବାହ ଜଣେ ସଫ୍ଟ ୱେୟାର ଇଞ୍ଜିନିୟର ସମରେଶ ସିଂହଙ୍କ ସହ ହୋଇଥିଲା । ନିର୍ବାଚନରେ ଯୋଗ ଦେବା ପୂର୍ବରୁ ସେମାନେ ସିଙ୍ଗାପୁରରେ ରହୁଥିଲେ ।

୫. ସବୁଠାରୁ ଗରିବ ପ୍ରାର୍ଥୀଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି ମୋହମ୍ମଦ ସୁଲତାନ । ସେ ଜାମ୍ମୁ କାଶ୍ମୀରର ବାରାମୁଲା ଆସନରୁ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତାଙ୍କ ପାଖରେ ମାତ୍ର ୬୭ ଟଙ୍କା ଅଛି ।

୬. ଗରିବ ପ୍ରାର୍ଥୀଙ୍କ ତାଲିକାରେ ଦ୍ୱିତୀୟ ନମ୍ବରରେ ଅଛନ୍ତି ବିହାରର ମୁଜାଫରପୁର ଆସନରୁ ଲଢ଼ୁଥିବା ସ୍ୱାଧୀନ ପ୍ରାର୍ଥୀ ମୁକେଶ କୁମାର । ତାଙ୍କ ପାଖରେ ମୋଟ୍ ୭୦୦ ଟଙ୍କା ରହିଛି ।

୭. ସେହିପରି ତୃତୀୟରେ ଅଛନ୍ତି ପଶ୍ଚମବଙ୍ଗର ହୁଗୁଳୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ସୁରଜୀତ ହେମ୍ବ୍ରମ । ତାଙ୍କ ପାଖରେ ମୋଟ୍ ସମ୍ପତ୍ତି ୫, ୪୨୭ ଟଙ୍କା ଅଛି ।

 

Get real time updates directly on you device, subscribe now.