fbpx

ମାଲକାନଗିରିରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ।

ମାଲକାନଗିରି, 21/1: କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ସନ୍ଦେହଜନକ ମୃତଦେହ ଉଦ୍ଧାର ହେଉଥିବା ବେଳେ ମାଲକାନଗିରିରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ ଯୁବକଙ୍କୁ କିଏ, କେମିତି ଏବଂ କେଉଁ କାରଣରୁ ଏଭଳି ବିଭତ୍ସ ହତ୍ୟା କରିଛି ସେନେଇ ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁଯାୟୀ ଆଜି(ବୁଧବାର) ସକାଳେ ମାଲକାନଗିରି ଜିଲ୍ଲା ଏମଭି 87 ଅଞ୍ଚଳର ରାସ୍ତାକଡ଼ରେ ଥିବା ଏକ ଚାଷଜମିରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ପୋଲିସଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ କେହି ଦୁର୍ବୃତ୍ତ ଯୁବଙ୍କର ମୁଣ୍ଡ କାଟି ହତ୍ୟା କରିଥିବା ଜଣାପିଡିଛି । ମୃତକ ଜଣକ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ପେଡକୋଣ୍ଡା ଗ୍ରାମ ପଂଚାୟତର ଏମଭି 87 ଗ୍ରାମର ଲଛୁ କବାସୀ ।

Get real time updates directly on you device, subscribe now.