ମେଥି ଦାନା ପାଣି ପିଇଲେ ମିଳିବ ଗଜବ ଫାଇଦା, ଜାଣନ୍ତୁ ପିଇବାର ସଠିକ ଉପାୟ…

ସୁସ୍ଥ ରହିବାକୁ ସମସ୍ତେ ଚାହଁନ୍ତି । ତେବେ ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ତେବେ ୧ ଚାମଚ ମେଥି ଶରୀର ପାଇଁ ବରଦାନ ସଦୃଶ…ଖାଆନ୍ତୁ ଓ ଦେଖନ୍ତୁ ଲାଭ ।

ଓଡ଼ିଶା ଭାସ୍କର: ସୁସ୍ଥ ରହିବାକୁ ସମସ୍ତେ ଚାହଁନ୍ତି । ତେବେ ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ସ୍ୱାସ୍ଥ୍ୟ ମଣିଷ ଶରୀରକୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଭିଟାମିନ୍‌ ଓ ମିନେରାଲ୍ସ ଆବଶ୍ୟକ ହୋଇଥାଏ  । ଯାହା ମଣିଷକୁ ଖାଦ୍ୟ ମାଧ୍ୟମରେ ଶରୀରକୁ ମିଳିଥାଏ । ତେବେ ପୋଷକର ମାଧ୍ୟମ ହେଉଛି ଫଳ, ପନିବରିବା, ଅଣ୍ଡା ଓ ମାଂସ ।

ଠିକ୍‌ ସେହିଭଳି ଉପକାରୀ ମେଥି । ଏହାକୁ ରୋଷଇରେ ବ୍ୟବହାର କରାଯାଏ । ତାହା ସହିତ କେଶର ଘନତ୍ଵ ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ଏହା ଔଷଧ ଭଳି ମଧ୍ୟ କାମ କରେ । ତେବେ ଚାଲନ୍ତୁ ଜାଣିବା ମେଥି ଦାନା ପାଣି ପିଇଲେ ଶରୀର ଉପରେ କ’ଣ ପ୍ରଭାବ ପଡ଼େ ଏବଂ ଏହାକୁ ପିଇବାର ସଠିକ ଉପାୟ ।

ପିତ୍ତ,ବାତ, କଫ, ଥଣ୍ଡା ଦୂର କରେ

ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ଭରି ରହିଥାଏ । ଏହାକୁ ପ୍ରତ୍ୟେକ ଦିନ ଖାଇବା ଯୋଗୁ ବ୍ୟକ୍ତିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ ।

ଅନ୍ତନଳୀ ପାଇଁ ଲାଭଦାୟକ

ମେଥି ଦାନା ପାଣି ଆପଣଙ୍କ ଅନ୍ତନଳୀ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣ କ’ଣ ପେଟ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି? ଯଦି ହଁ, ତେବେ ଆପଣଙ୍କୁ ମେଥି ଦାନା ପାଣିକୁ ଆପଣଙ୍କ ଦୈନନ୍ଦିନ ଡାଏଟରେ ଏକ ଅଂଶ କରିବା ଉଚିତ। ମେଥି ଦାନା ପାଣିରେ ମିଳୁଥିବା ତତ୍ତ୍ବ ଆପଣଙ୍କ ହାର୍ଟକୁ ମଧ୍ୟ ସୁ୍ସ୍ଥ ରଖିବାରେ ସାହାଯ୍ୟ କରେ ।

ଓଜନ ହ୍ରାସ କରାଏ

ପ୍ରତିଦିନ ମେଥି ପାଣି ପିଇଲେ ଆପଣଙ୍କ ଓଜନ ହ୍ରାସ କରିବା ସହିତ ବ୍ଲଡ ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରଣ କରେ । ମେଥିଦାନା ପାଣଇ କେବଳ ଆପଣଙ୍କ ସ୍କିନ ପାଇଁ ନୁହେଁ ବରଂ ଆପଣଙ୍କ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ପ୍ରମଣିତ ହୋଇପାରେ ।

ଏହା ହୃଦଘାତ ଏବଂ ଏସିଡିଟି ଭଳି ସମସ୍ୟା ପାଇଁ ଭଲ ବୋଲି କୁହାଯାଏ । ମେଥିରେ ମିଳୁଥିବା ସୈପୋନିନ୍ ଶରୀରର ଚର୍ବିଯୁକ୍ତ ଖାଦ୍ୟରୁ କୋଲେଷ୍ଟ୍ରଲ୍ର ଅବଶୋଷଣକୁ ହ୍ରାସ କରିବାରେ ସାହାଯ୍ୟ କରେ ।

ରିସର୍ଚ୍ଚ ମୁତାବକ ସୈପୋନିନ୍ ଶରୀରକୁ କମ୍ କୋଲେଷ୍ଟ୍ରୋଲ୍ ଉତ୍ପାଦନ କରିବାରେ ସାହାଯ୍ୟ କରେ । ମେଥିରେ ମିଳୁଥିବା ମ୍ୟୁସିଲେଜ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇଲ ଛାତିର ଜଳାପଡାକୁ କମ କରିବାରେ ସାହାଯ୍ୟ କରେ । ପେଟ ଏବଂ ଅନ୍ତନଳୀକୁ ସଫା ରଖେ । ପେଟର ଅମ୍ଳତା ହ୍ରାସ କରିବା ପାଇଁ ମେଥି ସର୍ବୋଉତ୍ତମ ।

ମେଥିରେ ମିଳୁଥିବା ହାଇପରଗ୍ଲାଇସେମିକ୍ ଶରୀରରେ ଇନସୁଲିନ୍ ପରିମାଣ ବଢାଇଥାଏ । ଯେଉଁଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଲାଭ । ଏହା ବ୍ୟତୀତ, ଏହି ମେଥି ଦାନା ପିସିଓଏସ ଏବଂ ପିସିଓଡି ପାଇଁ ବହୁତ ଭଲ ।

ଏହା ରକ୍ତହୀନତାର ଚିକିତ୍ସାରେ ସାହାଯ୍ୟ କରେ । ଯେଉଁ ମହିଳାମାନେ ନିଜ ପିଲାମାନଙ୍କୁ ସ୍ତନ୍ୟପାନ କରାନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ଭଲ ।

ମେଥି ଦାନା ପାଣି କିପରି ତିଆରି କରିବେ?

ମେଥି ଦାନା ପାଣି ତିଆରି କରିବା ବହୁତ ସହଜ। ପ୍ରଥମେ, ଏକ ଗ୍ଲାସ ପାଣିରେ ଏକ ଚାମଚ ମେଥି ଦାନା ମିଶାନ୍ତୁ। ଏବେ ମେଥି ଦାନାକୁ ରାତିସାରା ଭିଜାଇ ରଖନ୍ତୁ। ପରଦିନ ସକାଳେ ଆପଣ ଏହି ପାଣିକୁ ଛାଣି ଦିଅନ୍ତୁ। ଆୟୁର୍ବେଦ ଅନୁସାରେ, ଔଷଧୀୟ ଗୁଣରେ ଭରପୂର ଏହି ପାନୀୟକୁ ସକାଳେ ଖାଲି ପେଟରେ ସେବନ କଲେ ଆପଣ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରିବ ।