ଭିଟାମିନ୍ ଓ ପ୍ରୋଟିନରେ ଭରା ଗୁପଚୁପ୍, ଶରୀର ଓଜନ ହ୍ରାସ ସାଙ୍ଗକୁ ଜହମ କ୍ରିୟା ସବୁକୁ କରିବ Control

ଜାଣନ୍ତୁ ଗୁପଚୁପ ଖାଇବାର ଫାଇଦା । ଶରୀରର ଉତ୍ତମ କ୍ରିୟାରେ ଲାଭକାରୀ ଗୁପଚୁପ୍ ।

ଓଡିଶା ଭାସ୍କର: ଗୁପଚୁପ୍ ନାଁ କହିଦେଲେ ମନକୁ ଫୁଲା ଫୁଲା ପୁରି ଆଉ ତା ସାଙ୍ଗରେ ଖଟାପାଣିର ଚିତ୍ର ମନକୁ ଆସିଯାଏ । ଅନେକ ଗୁପଚୁପ ପ୍ରେମୀଙ୍କ ପାଟଇରୁ ଲାଳ ଖସିପଡେ ।

କିନ୍ତୁ କ’ଣ ଆପଣ ଜାଣିଛନ୍ତି ଏ ଗୁପଚୁପ୍ ଆମ ଶରୀର ପାଇଁ କେତେ ଲାଭ ଦାୟକ । ବିଶେଷଜ୍ଞଙ୍କ ଅନୁସାରେ ଏଥିରେ ଭରପୁର ରହିଛି ପୁଷ୍ଟିସାର । ବିଶେଷଜ୍ଞଙ୍କ ମତରେ ଗୁପଚୁପ ପୁଷ୍ଟକର ଖାଦ୍ୟର ଗନ୍ତାଘର ।

ଏଥିରେ ମ୍ୟାଗନେସିୟମ, ପୋଟାସିୟମ ଏବଂ ଭିଟାମିନ-ସି ଭରପୁର ମାତ୍ରାରେ ରହିଛି । ଗୁପଚୁପରେ ବ୍ୟବହାର ହେଉଥିବା ପୋଦିନା,ଲେମ୍ବୁ ଆମ୍ବ କସିଆ ଅଦା ଏହାକୁ ଯେତେ ସ୍ୱାଦିଷ୍ଟ କରେ ସେତିକି ପରିମାଣର ଭିଟାମିଟ୍ ମଧ୍ୟ ଆମ ଶରୀରକୁ ଦେଇଥାଏ ।

ଗୁପଚୁପ ଶରୀର ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ କଳାଲୁଣ, ଜଲଜିରା, ଜିରା ପୋଦିନା ବ୍ୟବହାର ହେବା ଯୋଗୁଁ ଗୁପଚୁପ ପାଚନତନ୍ତ୍ରକୁ ମଜଭୁତ କରିବା ସହ ହଜମ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ।

ଗୁପଚୁପ୍ ଖାଇବା ଦ୍ୱାରା ଶରୀରରୁ ଏସିଡିଟି, କୋଷ୍ଟ କାଠିନ୍ୟ ଭଳି ସମସ୍ୟା ଦୂର ହୁଏ । ଆଳୁଚକଟାରେ ବ୍ୟବହୃତ ମଟର ଓ ବୁଟ ଏଥିରେ ପ୍ରୋଟିନର ମାତ୍ରାକୁ ବଢ଼ାଇଥାଏ । ଏହା ଶରୀରରୁ କଲେଷ୍ଟେରଲ କମାଇବାରେ ସାହାଯ୍ୟ କରେ । ମାତ୍ର ମାତ୍ରାଧିକ ଗୁପଚୁପ୍ ଶରୀର ପାଇଁ କ୍ଷତିକାରକ ହୋଇାଏ ।

ସବୁବେଳେ ଚେଷ୍ଟାକରନ୍ତୁ ସ୍ୱାଦିଷ୍ଟ ଦୋକାନ ସହିତ ପରିଷ୍କାର ସ୍ଥାନରୁ ଗୁପଚୁପ ଖାଆନ୍ତୁ । ନଚେତ୍ ଅପରିଷ୍କାର ପାଇଁ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାର ଆଶଙ୍କା ରହିଛି ।