ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ତଥା ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ହେତୁ ରକ୍ତଚାପର ସମସ୍ୟା ଯଥା ବିପି ବୃଦ୍ଧି ପାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଆକଳନ କରିଛି ଯେ ଭାରତର ଚାରିଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପରେ ପୀଡିତ ।
ଜୁନ୍ ୨୦୨୩ ରେ ପ୍ରକାଶିତ ଆଇସିଏମଆର ଇଣ୍ଡିଆ ଡାଇବେଟିସ୍ ଅଧ୍ୟୟନରେ କୁହାଯାଇଥିଲା ଯେ ଦେଶରେ ଅଛନ୍ତି ୩.୧୫ କୋଟି ଲୋକ ଉଚ୍ଚ ରକ୍ତଚାପ ରୋଗୀ ।
ବିପି ରୋଗୀମାନେ ସେମାନଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତି । କେତେକ ରୋଗୀ ବିପି ମେଡିସିନ୍ ମଧ୍ୟ ନେଇଥାନ୍ତି, ଯାହା ବିପଜ୍ଜନକ ହୋଇପାରେ । ଏହି କାରଣରୁ କାର୍ଡିଆକ୍ ଆରେଷ୍ଟ୍ ହେବାର ଆଶଙ୍କା ରହିଛି । ତେଣୁ ଯଦି ଆପଣ ମଧ୍ୟ ଏପରି ଭୁଲ୍ କରୁଛନ୍ତି , ତେବେ ସାବଧାନ ରୁହନ୍ତୁ ।
ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସାଧାରଣତ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ମେଡିସନ୍ ସଡନ୍ କାର୍ଡିଆକ୍ ଆରେଷ୍ଟ ହେବାର ଆଶଙ୍କା ବଢ଼ାଇପାରେ । ଏହି ଅଧ୍ୟୟନରେ ମେଡିସିନ୍ ବ୍ୟବହାର କରିବା ସମୟରେ ସତର୍କତା ପରାମର୍ଶ ଦିଆଯାଇଛି । ଅଧ୍ୟୟନରେ କୁହାଯାଇଛି ଯେ, ସଡନ୍ କାର୍ଡିଆକ୍ ଆରେଷ୍ଟ ଏକ ଗୁରୁତର ମେଡିକାଲ ଏମରଜେନ୍ସି, ଯେତେବେଳେ ହୃଦୟ ସ୍ପନ୍ଦନ ବନ୍ଦ କରିଦିଏ । ଏହି କାରଣରୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ । ଏହି ଅବସ୍ଥା ମଧ୍ୟ ସାଂଘାତିକ ହୋଇପାରେ ।
ୟୁରୋପୀୟ ସଡନ୍ କାର୍ଡିଆକ୍ ଆରେଷ୍ଟ ନେଟୱାର୍କର ଅନୁସନ୍ଧାନକାରୀଙ୍କ ଦ୍ୱାରା ଅଧ୍ୟୟନରେ ଦୁଇଟି ମେଡିସନ୍- ନିଫେଡିପାଇନ୍ ଏବଂ ଆମ୍ଲୋଡିପାଇନ୍ ସାମିଲ କରାଯାଇଥିଲା । ଉଚ୍ଚ ରକ୍ତଚାପ ଏବଂ ଛାତି ଯନ୍ତ୍ରଣାରେ ଉଭୟ ମେଡିସିନ୍ ବ୍ୟବହୃତ ହୁଏ । ଅନୁସନ୍ଧାନକାରୀମାନେ ୨,୫୦୩ ଏସସିଏ ରୋଗୀଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ ଏବଂ ଏହାକୁ ନେଦରଲ୍ୟାଣ୍ଡର ୧୦,୫୪୩ ସୁସ୍ଥ ବ୍ୟକ୍ତିଙ୍କ ସହ ତୁଳନା କରିଥିଲେ । ପ୍ରାପ୍ତ ଫଳାଫଳଗୁଡିକ ଅତ୍ୟନ୍ତ ଚକିତ କରିଥିଲା ।
ଏହା ଦେଖାଗଲା ଯେ ନିଫେଡିପାଇନ୍ ର ମାତ୍ର ୬୦ ମିଗ୍ରା ଡୋଜ ବିପଜ୍ଜନକ ହୋଇପାରେ । ଏହି ପରିମାଣର ମେଡିସିନ୍ ସେବନ କରୁଥିବା ବ୍ୟକ୍ତିଙ୍କ ସଡନ୍ କାର୍ଡିଆକ୍ ଆରେଷ୍ଟ ହେବାର ଆଶଙ୍କା ବହୁତ ଅଧିକ ଥିଲାବେଳେ ଆମ୍ଲୋଡିପାଇନ୍ ସହିତ ସେପରି କୌଣସି ବିପଦ ମିଳି ନଥିଲା ।
ଅନୁସନ୍ଧାନକାରୀମାନେ କେବଳ ଦୁଇଟି ମେଡିସିନ୍ ଉପରେ ସେମାନଙ୍କର ଅଧ୍ୟୟନ କରିଥିଲେ । ନିଫେଡିପାଇନ୍ର ଅଧିକ ମାତ୍ରାରେ ସଜାଗ ରହିବାକୁ ସେମାନେ ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି । ବିଶେଷକରି ହୃଦୟ ରୋଗୀଙ୍କ ପାଇଁ ଏହା ରହିଛି । ଏହା ସହିତ ରୋଗୀମାନଙ୍କୁ ମଧ୍ୟ ଏହି ଲକ୍ଷଣଗୁଡିକ ଉପରେ ନଜର ରଖିବାକୁ କୁହାଯାଇଛି । ଛାତି ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସ କିମ୍ବା ବାନ୍ତି ଭଳି ସମସ୍ୟା ପ୍ରତି ଅବହେଳା ନକରିବାକୁ ପରାମର୍ଶ ଦିଆଯାଇଛି ।