fbpx

Health Tips: ‘ସ୍ଲିମ୍‌- ଟ୍ରିମ୍‌- ଫିଟ’ ରହିବେ, Follow କରନ୍ତୁ……

Advertisement


ଓଡିଶା ଭାସ୍କର: ଦ୍ରୁତଗତିରେ ଧାଉଁଥିବା ଏ ଜୀବନରେ ସବୁଠୁ ଯଦି ଆମେ କାହାକୁ ହେଳା କରୁ ତାହା ହେଉଛି ଆମ ନିଜର ସ୍ୱାସ୍ଥ୍ୟ । ବର୍ତ୍ତମାନ ସମୟରେ ସମସ୍ତେ ଫିଟ ରହିବାକୁ ଚାହାଁନ୍ତି । ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ପାରି ନ ଥାଏ । ନିଜ ଶରୀରକୁ ବହୁତ କମ୍ ଲୋକ ଧ୍ୟାନ ଦେଇ ଥା’ନ୍ତି । ବହୁତ ଲୋକ ଭାବନ୍ତି ଯେ, ପତଳା ଲୋକ ହିଁ ଫିଟ ରହି ପାରିବେ । ଫଳରେ ସେମାନେ ପତଳା ହେବା ପାଇଁ ଖାଇବା ଓ ପାଣି ପିଇବା ବି କମ୍ କରି ଦିଅନ୍ତି । ଫଳରେ ଅସୁସ୍ଥ ହୋଇ ପଡନ୍ତି । ଏହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଖରାପ ଅଟେ । ମାତ୍ର ଅନେକ ମୋଟା ଲୋକ ବି ଫିଟ ରୁହନ୍ତି । କାରଣ ସେମାନେ ପୌଷ୍ଟିକ ଆହାର ନେବା ସହ ବ୍ୟାୟାମ କରନ୍ତି । ତେବେ ଜାଣିବା ଭଲ ଖାଦ୍ୟ କେମିତି ନିଜକୁ ସୁସ୍ଥ ରଖି ହେବ …..
ସ୍ୱାସ୍ଥ୍ୟର ନିଅନ୍ତୁ ଯତ୍ନ: ଫିଟନେସ ଟ୍ରେନରମାନଙ୍କ କହିବାନୁସାରେ, ଫିଟ ରହିବା ପାଇଁ ୩ ଥର ଖାଇବା ସ୍ଥାନରେ ୫ ରୁ ୬ ଥର କମ୍ କମ୍ ଖାଇବା ବାରମ୍ବାର ଖାଇବା ଆବଶ୍ୟକ । ଖାଇବାକୁ ଚୋବାଇ ଚୋବାଇ ଆରମ୍ଭରେ ଖାଆନ୍ତୁ । ଫଳରେ ଆତ୍ମସନ୍ତୁଷ୍ଟି ମିଳେ ଓ ଶରୀର ସୁସ୍ଥ ରହେ । ଯଦି ଜଣେ ଖାଦ୍ୟକୁ ଭଲରେ ଚୋବାଇ ଚୋବାଇ ଖାଇବ, ତେବେ କମ୍ ଖାଇଲେ ବି ପେଟ ଭରିଯିବ ବୋଲି କହନ୍ତି ବିଶେଷଜ୍ଞମାନେ ।

ଜଳଖିଆ ନିହାତି ଜରୁରୀ: ନିଜ ଶରୀରର ମେଟାବୋଲିଜିମ୍ ଠିକ ରଖିବା ପାଇଁ ଜଳଖିଆ ନାହାତି ଖାଆନ୍ତୁ । ଅଧିକାଂଶ ଲୋକ ଧାଉଁଥିବା ଏ ଜୀବନରେ ଜଳଖିଆ ଖାଇବା ଭୁଲି ଯାଆନ୍ତି । ସେମାନେ ଭାବନ୍ତି ଯେ, ଫିଟ ରହିବା ପାଇଁ ଜଳଖିଆ ନ ଖାଇଲେ ଭଲ । କିନ୍ତୁ, ଜମାରୁ ଏଭଳି କରନ୍ତୁ ନି । ସକାଳର ଜଳଖିଆ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ, ଯାହା ଦିନସାରା ଜଣକୁ ଊର୍ଜା ପ୍ରଦାନ କରେ ।

ସଲାଡ ନିହାତି ଖାଆନ୍ତୁ: ଖାଇବାରେ ସଲାଡକୁ ସାମିଲ କରନ୍ତୁ । ଏହା ଅଧିକ ହେଲେ ଭଲ । ସଲାଡରେ ଡ୍ରେସିଂର ପ୍ରୟୋଗ କରନ୍ତୁ ନି । ଗାଜର, ଟମୋଟୋ, କାକୁଡି ଭଳି ପନିପରିବାର ସେବନ କରନ୍ତୁ । ଏହାଦ୍ୱାରା ଶରୀରରେ ପୌଷ୍ଟିକ ତତ୍ତ୍ୱ ମିଳେ । ଦିନରେ ପନିପରିବାରୁ ତିଆରି ଜୁସ କିମ୍ବା ସୁପ୍ ପିଇଲେ ମଧ୍ୟ ଶରୀର ସୁସ୍ଥ ରହେ । ଫଳରେ ଶରୀରକୁ ଭରପୂର ମାତ୍ରାରେ ପୌଷ୍ଟିକ ତତ୍ତ୍ୱ ମିଳିଥାଏ । ଏଥିରେ ଫ୍ୟାଟସ୍ ନ ଥାଏ ।

ସକାଳର ହାଲୁକା ପବନ ଓ ଧୂପରେ ବୁଲନ୍ତୁ: ସକାଳରୁ ଉଠିବା ପରେ ୨ ଘଣ୍ଟା ଭିତରେ କିଛି ନା କିଛି ଖାଆନ୍ତୁ । ଉଠି ସାରିବା ପରେ ସିଧାସଳଖ ଯାଇ ବ୍ରଶ କରନ୍ତୁ ନାହିଁ । ଏମିତି କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ପ୍ରାକୃତିକ ଭାବରେ ସକାଳର ଧୂପରେ ବୁଲନ୍ତୁ । ସକାଳର ସୂର୍ଯ୍ୟକିରଣରେ ଭିଟାମିନ ‘ଡି’ ଭରପୂର ମାତ୍ରାରେ ଥାଏ । ଫଳରେ ଏହା ଶରୀରର ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୁଏ ।

Get real time updates directly on you device, subscribe now.