fbpx

ହାଇ କୋଲେଷ୍ଟ୍ରଲ୍‌ ଯୋଗୁଁ ହେଉଛି ହାର୍ଟ ବ୍ଲକେଜ୍‌ : ଏହାକୁ କମ କରିବାକୁ ବ୍ୟବହାର କରନ୍ତୁ ଏହି ମସଲା, ଜାଣନ୍ତୁ ପ୍ରୋସେସ

ବର୍ତ୍ତମାନର ଖରାପ ଲାଇଫଷ୍ଟାଇଲ ଯୋଗୁ ଲୋକମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହ ସବୁ ମଧ୍ୟରେ ହାର୍ଟ ଆଟାକ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଖରାପ ଲାଇଫଷ୍ଟାଇଲ୍‌ ଏବଂ ଅନ୍‌ ହେଲ୍‌ଦି ଖାଦ୍ୟ ଖାଇବା ହେତୁ ହାର୍ଟ ଆଟାକ ଭଳି ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହା ଏବେ କେବଳ ବୟଷ୍କ ଲୋକଙ୍କ ଭିତରେ ସୀମିତ ନୁହେଁ ବରଂ ଯୁବପିଢ଼ୀଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳୁଛି ।

ବିଶେଷ କରି ୩୦ ବର୍ଷ ପରେ ଯୁବକମାନଙ୍କ ମଧ୍ୟରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । ତେବେ, ହାଇ କୋଲେଷ୍ଟ୍ରଲ୍‌ ହାର୍ଟ ବ୍ଲକେଜ୍‌ର ମୁଖ୍ୟ କାରଣ ବୋଲି ବିବେଚନା କରାଯାଇଛି , ଯାହା ଧମନୀରେ ବ୍ଲକେଜ୍‌ ସୃଷ୍ଟି କରିଥାଏ ।

ହାର୍ଟ ବ୍ଲକେଜ୍‌ କିପରି ହୁଏ ?
ଖରାପ କୋଲେଷ୍ଟ୍ରଲ୍‌ ଧମନୀରେ ଜମା ହୋଇଯାଏ, ଯାହା ରକ୍ତ ଓ ଅମ୍ଳଜାନ ହାର୍ଟ ପର୍ଯ୍ୟନ୍ତ ପହଞ୍ଚିବାରେ ବାଧା ସୃଷ୍ଟି କରିଥାଏ । ଏଭଳି ପରିସ୍ଥିତିକୁ ହାର୍ଟ ବ୍ଲକେଜ୍‌ ବୋଲି କୁହାଯାଏ, ଯାହା ହାର୍ଟ ଆଟାକ୍‌ର ମୁଖ୍ୟ କାରଣ ବୋଲି ମଧ୍ୟ କୁହାଯାଏ । ତେବେ, ହାର୍ଟ ବ୍ଲକେଜ୍‌ କେବଳ ଖରାପ ଲାଇଫଷ୍ଟାଇଲ ନୁହେଁ, ଏହା ଜନ୍ମଗତ ମଧ୍ୟ ହୋଇପାରେ । ଏହାକୁ କଂଜେନିଟାଲ ହାର୍ଟ ବ୍ଲକେଜ୍‌ ବୋଲି କୁହାଯାଏ । ଉଭୟ ଅବସ୍ଥା ଗମ୍ଭୀର ଏବଂ ଯଦି ଠିକ୍‌ ସମୟରେ ଚିକିତ୍ସା କରାନଯାଏ ତେବେ, ଏହା ସାଙ୍ଘାତିକ ପ୍ରମାଣିତ ହୋଇପାରେ ।

କିନ୍ତୁ ଆପଣମାନେ ଜାଣନ୍ତି କି, ଆପଣଙ୍କ ରୋଷେଇ ଘରେ ଥିବା କିଛି ସାଧାରଣ ମସଲା ହାର୍ଟ ବ୍ଲକେଜ୍‌ ସମସ୍ୟାକୁ ହ୍ରାସ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଆୟୁର୍ବେଦଙ୍କ ଅନୁଯାୟୀ, ଏହି ଘରୋଇ ଉପଚାର ପ୍ରଭାବଶାଳୀ ହେବା ସହ ସେଗୁଡ଼ିକ ଗ୍ରହଣ କରିବା ମଧ୍ୟ ସହଜ ହୋଇଥାଏ । ତେବେ, ଆସନ୍ତୁ ଜାଣିବା ହାର୍ଟ ବ୍ଲକେଜ୍‌ କୁ କମ କେମିତି କରିବା ?

ହାର୍ଟ ବ୍ଲକେଜ୍‌ ଖୋଲିବା ପାଇଁ କ’ଣ କରିବା ?

ଡାଲଚିନି : ଡାଲଚିନି ଭାରତୀୟ ରୋଷେଇରେ ଏକ ପ୍ରମୁଖ ମସଲା ଭାବରେ ଜଣାଶୁଣା, ଯାହା କୋଲେଷ୍ଟ୍ରଲ୍‌ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଅକ୍ସିଡାଇଜିଙ୍ଗ୍‌ ଉପାଦାନଗୁଡିକ ଶ୍ୱାସ କ୍ରିୟା ସମସ୍ୟାରୁ ମୁକ୍ତି ଦେଇଥାଏ । ତେଣୁ, ଡାଲଚିନିକୁ ପ୍ରତିଦିନ ଖାଦ୍ୟର ଏକ ଅଂଶ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏହା ହୃଦଘାତର ଆଶଙ୍କା କମ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ହଳଦୀ : ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ହଳଦୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିରେ ଥିବା କରକ୍ୟୁମିନ କେବଳ ଧମନୀ ଖୋଲିବାରେ ସାହାଯ୍ୟ କରେ ନାହିଁ, ବରଂ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରକ୍ତ ଜମାଟ ବାନ୍ଧିବାରୁ ରୋକିଥାଏ । ନିିୟମିତ ହଳଦୀ ଖାଇବା ଦ୍ୱାରା ଫୁଲା ମଧ୍ୟ ହ୍ରାସ ପାଇଥାଏ ,ଯାହା ହୃଦଘାତ ଦୂର କରିବାରେ ସାହାଯ୍ୟ କରିଥାଏ । ଏହାସହିତ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ମଧ୍ୟ କମିଥାଏ ।

ଲାଲ ଲଙ୍କା : ଲାଲ ଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଉପାଦାନ । କିନ୍ତୁ, ଆଜିକାଲି ଅଧିକାଂଶ ଲୋକ ନିଜ ଖାଦ୍ୟରେ ଲାଲ ଲଙ୍କା ବ୍ୟବହାର କରିବା ଧୀରେ ଧୀରେ ବନ୍ଦ କରିବାରେ ଲାଗିଲେଣି । ଲାଲ ଲଙ୍କାରେ ଥିବା କ୍ୟାପେ୍ସସିନ୍‌ ଖରାପ କୋଲେଷ୍ଟ୍ରଲ୍‌ ହ୍ରାସ କରିବାରେ ସହାୟକ ହୋଇଥାଏ । ତେବେ, ଏହାର ନିୟମିତ ବ୍ୟବହାର ଦ୍ୱାରା କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରାଯାଇପାରିବ, ଯାହା ଧମନୀରେ ବ୍ଲକେଜ୍‌କୁ ହ୍ରାସ କରିବା ସହ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣିଥାଏ ।

ଗୁଜୁରାତି : ଖାଦ୍ୟର ସ୍ୱାଦ ଓ ସୁଗନ୍ଧ ବଢ଼ାଇବା ପାଇଁ ବେଶ ଜଣାଶୁଣା ଗୁଜୁରାତି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଗୁଜୁରାତି ଖରାପ କୋଲେଷ୍ଟ୍ରଲ୍‌ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ରକ୍ତରେ ଫାଇବ୍ରିନୋଲିଟିକ୍‌ କାର୍ଯ୍ୟକଳାପକୁ ବଢ଼ାଇଥାଏ, ଯାହା ରକ୍ତ ଜମାଟକୁ ରୋକିବା ସହ ହାର୍ଟ ବ୍ଲକେଜ୍‌ କୁ ମଧ୍ୟ କମ୍‌ କରିଥାଏ ।

ତେବେ, ମସଲାର ନିୟମିତ ବ୍ୟବହାର କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ନାହିଁ , ବରଂ ହୃଦୟର ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି ଆଣିଥାଏ । ତେଣୁ, ଏହି ପ୍ରାକୃତିକ ଉପାଦାନଗୁଡ଼ିକର ସ୍ୱାସ୍ଥ୍ୟ ଉପକାରିତାକୁ ଦୃଷ୍ଟିରେ ରଖି, ଏହାକୁ ଖାଦ୍ୟରେ ଅନ୍ତଭୁର୍କ୍ତ କରି ଏକ ହେଲଦି ଲାଇଫଷ୍ଟାଇଲ ବଜାୟ ରଖିପାରିବେ । ଯାହାଫଳରେ ଆପଣଙ୍କୁ ଏହି ସବୁ ସ୍ଵାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।

Get real time updates directly on you device, subscribe now.