fbpx

ଭାରତରେ ପ୍ରଥମ; ହାର୍ଟ ଫେଲ୍ ହେବାର ୩ ବର୍ଷ ପରେ ପୁଣି ହେଲା ‘ଧକ୍ ଧକ୍’, ଡାକ୍ତର ବି ଆଶ୍ଚର୍ଯ୍ୟ

Advertisement

ନୋଏଡାରୁ ଏପରି ଏକ ଘଟଣା ସାମ୍ନକୁ ଆସିଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ୩ ବର୍ଷ ପୂର୍ବରୁ ହାର୍ଟ ଫେଲ୍ ହୋଇଥିଲା । ଏହାର ଅର୍ଥ ତାଙ୍କର ହୃଦୟ ସମ୍ପୂର୍ଣ୍ଣ ରୂପେ କାମ କରିବା ବନ୍ଦ କରିଥିଲା । ଏଭଳି ପରିସ୍ଥିତିରେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାକ୍ତରମାନେ ଏକ କୃତ୍ରିମ ହୃଦୟ ଲଗାଇଥିଲେ । କିନ୍ତୁ ଏବେ ୩ ବର୍ଷ ପରେ ତାଙ୍କ ହୃଦୟ ଅଚାନକ୍ ‘ଧକ୍ ଧକ୍’ ହେବା ଆରମ୍ଭ କରିଛି । ଏହା ପରେ ଡାକ୍ତରମାନେ ବ୍ୟକ୍ତିଙ୍କ ଛାତିରୁ କୃତ୍ରିମ ହୃଦୟକୁ ବାହାର କରିଛନ୍ତି ।

ଭାରତରେ ଏପରି ମାମଲା ପ୍ରଥମ ବୋଲି ଡାକ୍ତର କହିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ଏପରି ମାତ୍ର ୨ /୩ଟି ସାମ୍ନାକୁ ଆସିଛି, ଯେଉଁଥିରେ ରୋଗୀଙ୍କ ହୃଦୟ ପୁନର୍ବାର କାମ କରିବା ଆରମ୍ଭ କରୁଛି ଓ କୃତ୍ରିମ ହୃଦୟର ଆବଶ୍ୟକତା ପଡୁନାହିଁ ।

ନୋଲଡାର ଡାକ୍ତର ଅଜୟ କୌଲ ସୂଚନା ଦେଇ କହିଛନ୍ତି ଯେ, ‘ଏହି ବ୍ୟକ୍ତି ଇରାକର ନାଗରିକ ହୋଇଥିବା ବେଳେ ତାଙ୍କ ନାଁ ହନି ଜବାଦ ମହମ୍ମଦ । ସେ ୨୦୧୮ ମସିହାରେ ଏଠାକୁ ଆସିଥିଲେ । ସେ ଚାଲି-ବୁଲି ପାରୁନଥିବାରୁ ବେଡରେ ଶୋଇ ରହୁଥିଲେ । ହୃଦୟ ପ୍ରତିରୋପଣ ପାଇଁ ହୃଦୟ ମିଳିବା ଏତେ ସହଜ ନଥିଲା । ଫଳରେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇବାକୁ ଏକ କୃତ୍ରିମ ହୃଦୟ ଅର୍ଥାତ୍ ଭେଣ୍ଟ୍ରିକଲ୍ ଆସିଷ୍ଟ ଡିଭାଇସ୍ ଲଗାଇଥିଲେ । କିନ୍ତୁ ୩ ବର୍ଷ ପରେ ଚମକ୍ରାର ହୋଇଥିଲା । ତାଙ୍କ ହୃଦୟ ପୁଣି ଥରେ କାମ କରିବାକୁ ଲାଗିଛି । ଏବେ ତାଙ୍କୁ କୃତ୍ରିମ ହୃଦୟର ଆବଶ୍ୟକତା ନଥିବାରୁ ଅପରେସନ କରି ତାକୁ ହଟାଇଦିଆଯାଇଥିଲା ।

Get real time updates directly on you device, subscribe now.