ଟାଇଁଟାଇଁ ଖରାରେ ସିଝୁଛନ୍ତି ରାଜ୍ୟବାସୀ, ଦିନ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ତାପମାତ୍ରା
ସାଢେ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଖରା। ଟାଇଁଟାଇଁ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ଆଜି ଦିନ ସାଢେ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ତାପମାତ୍ରା। ଏଥିପାଇଁ କେହି ଖରାରୁ ଘରୁ ବାହାରି ପାରୁନାହାନ୍ତି। ଆଜି ରାଜ୍ୟର ଝାରସୁଗୁଡ଼ା ଓ ସମ୍ବଲପୁରର ତାପମାତ୍ରା ସର୍ବାଧିକ ରେକର୍ଡ ଭାଙ୍ଗିଛି।
ଦିନ ୨ଟା ସୁଦ୍ଧା ଏତିକି ତାପମାତ୍ରା: ଝାରସୁଗୁଡ଼ା ଓ ସମ୍ବଲପୁରର ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରହିଛି। ସେହିପରି ରାଉରକେଲା ୩୯, ହୀରାକୁଦ ୩୮.୮ ଡିଗ୍ରୀ। ଚାନ୍ଦବାଲି ଓ ଭୁବନେଶ୍ୱରରେ ୩୭.୪, କେନ୍ଦୁଝରରେ ୩୬.୬ ଡିଗ୍ରୀ ତାପମାତ୍ରାର ରେକର୍ଡ ଭାଙ୍ଗିଛି।
ଦିନ 11ଟାରେ ଥିଲା ଏତିକି ତାପମାତ୍ରା: ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଝାରସୁଗୁଡ଼ା ସହରର ତାପମାତ୍ରା ୩୬.୬ ଡିଗ୍ରୀ ରହିଛି । ତେବେ ଆକାଶରୁ ନିଆଁ ବର୍ଷା ହେଲା ଭଳି ମନେ ହେଉଛି ।
ଝାରସୁଗୁଡାରେ ତାପମାତ୍ରା 36 ଡିଗ୍ରୀ ପାର୍ କରିଥିବା ବେଳେ କେନ୍ଦୁଝରରେ ୩୬ ଡିଗ୍ରୀ, ସମ୍ବଲପୁରରେ ୩୫.୬ ଡିଗ୍ରୀ, ରାଉରକେଲା ଓ ବାଲେଶ୍ୱର ୩୫.୨ ରହିଥିବାବେଳେ ହୀରାକୁଦରେ ୩୫ ଡିଗ୍ରୀ ଏବଂ ଭୁବନେଶ୍ୱର ତାପମାତ୍ରା ୩୪.୬ ଡିଗ୍ରୀ ରହିଛି ।