fbpx

ପ୍ରବଳ ବର୍ଷା ବିତ୍ପାତ: କେରଲର ୱାୟନାଡ଼ରେ ଭୂସ୍ଖଳନ, ୫ ମୃତ, ଅନେକ ଫସିଥିବା ଆଶଙ୍କା

ୱୟନାଡ୍‌: ଗତ କିଛି ଦିନ ହେବ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଥିମଧ୍ୟରେ ଆଜି(ମଙ୍ଗଳବାର) କେରଳର ୱାୟନାଡ୍ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ଲୋକ ଫସିଥିବା ପ୍ରାଥମିକ ଖବର ମିଳିଛି । ଉକ୍ତ ଅଞ୍ଚଳରେ ଭୂସ୍ଖଳନ ଖବର ପାଇ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(KSDMA) ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ଏବଂ ଏନଡିଆରଏଫ୍ ଦଳ ନିୟୋଜିତ ହୋଇଛନ୍ତି ଏବଂ ଅତିରିକ୍ତ ଏନଡିଆରଏଫ୍ ଟିମ ମଧ୍ୟ ପଠାଯାଇଛି । ସେହିପରି କନ୍ନୁର ଡିଫେନ୍ସ ସିକ୍ୟୁରିଟି କର୍ପ୍‌ସର ଦୁଇଟି ଟିମକୁ ରେସ୍କ୍ୟୁ ଅପରେସନରେ ସହଯୋଗ କରିବା ପାଇଁ ୱାୟନାଡ୍ ପଠାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.