fbpx

ସାଇବର ଅପରାଧକୁ ରୋକିବା ପାଇଁ ସହାୟତା ନମ୍ବର ଜାରି

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ସହାୟତା ନମ୍ବର ଜାରି ହୋଇଛି । ସହାୟତା ନମ୍ବର ହେଉଛି-୭୪୪୦୦୦୬୭୦୯ । ଏଥିରେ ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଇଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ । ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ସଙ୍ଗେ ସଙ୍ଗେ ହେଲପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । ଆସିଥିବା ୟୁଆରଏଲ ଦେବାମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଆଇଆଇସିଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ସନ୍ଦେହଜନକ କଲ୍ ଆସିଲେ ପୋଲିସକୁ ଜଣାଇବାକୁ କୁହାଯାଇଛି । ଏଥିପାଇଁ ଜଣେ ସବଇନ୍ସିପେକ୍ଟର ଓ ୭ ଜଣ କନଷ୍ଟେବଳ ଏଥିରେ କାମ କରୁଛନ୍ତି ।

Get real time updates directly on you device, subscribe now.