ପେନସନ ପାଇଁ ଯମପୁରରୁ ଓହ୍ଲାଇ ଆସିଲେ ଆତ୍ମା, ଲୋକେ ହେଲେ ଆଶ୍ଚର୍ଯ୍ୟ

ପେନସନ ପାଇବା ପାଇଁ ପୃଥିବୀ ଲୋକକୁ ଅବତରଣ କଲେ ଆତ୍ମା

ଉତ୍ତରପ୍ରଦେଶ: ପେନସନ ପାଇବା ପାଇଁ ଯମପୁରରୁ ପୃଥିବୀକୁ ଅବତରଣ କଲେ ଆତ୍ମା। ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ଯାହାକୁ ଦେଖିବାମାତ୍ରେ ସହରରେ ହଇଚଇ ସୃଷ୍ଟି ହୋଇଛି। କେବଳ ସହରର ଲୋକେ ନୁହେଁ, ବରଂ ଅଧିକାରୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ମୃତ ବ୍ୟକ୍ତି ପାଉଛନ୍ତି ପେନସନ: ବାସ୍ତବରେ, ବୁଲନ୍ଦସହର ଜିଲ୍ଲାରେ ସମାଜ କଲ୍ୟାଣ ବିଭାଗ ଦ୍ୱାରା କରାଯାଇଥିବା ଯାଞ୍ଚରେ ଜଣାପଡିଛି ଯେ, 1697 ଜଣ ଏପରି ହିତାଧିକାରୀ ପେନସନ ନେଉଛନ୍ତି, ଯେଉଁମାନେ ଆଉ ଏହି ଦୁନିଆରେ ନାହାଁନ୍ତି। କେବଳ ଏତିକି ନୁହେଁ, ଆହୁରି 12 ଜଣ ମଧ୍ୟ ଅଯୋଗ୍ୟ ବୋଲି ଜଣାପଡିଛି। ଯେଉଁମାନେ କି ନିୟମ ବିରୁଦ୍ଧରେ ଯାଇ ପେନସନ ପାଉଥିଲେ।

ଆଦାୟ ହେଲା ପେନସନ: ଏହି ଘଟଣାର ତଦନ୍ତ ପରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ରଞ୍ଜନା ସିଂହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ମୋଟ 1709 ଙ୍କଠାରୁ ପେନସନ ଆଦାୟ ଆରମ୍ଭ କରିଛନ୍ତି।

ତଦନ୍ତରୁ ଜଣାପଡିଲା: ସମାଜ କଲ୍ୟାଣ ଅଧିକାରୀ ରଞ୍ଜନା ସିଂହ କହିଛନ୍ତି ଯେ, ଆମେ ସମସ୍ତ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ ପାଇଁ ପଠାଇଛୁ। ତଦନ୍ତ ସମୟରେ ପେନସନ ତାଲିକାରେ 1697 ମୃତ ଲୋକଙ୍କ ନାମ ମିଳିଥିଲା। ଭବିଷ୍ୟତରେ ଯେପରି ଏଭଳି ଆଉ ନହେବ ସେଥିପାଇଁ ନଜର ରଖିବୁ।