fbpx

ଇସ୍ରାଏଲ ଉପରେ ସ୍ଥଳ ଆକ୍ରମଣ ପାଇଁ ଆମେ ପ୍ରସ୍ତୁତ; ହିଜବୁଲ୍ଲା

ନୂଆଦିଲ୍ଲୀ: ଆଗକୁ ଆହୁରି ଭୟଙ୍କର ହେବାକୁ ଯାଉଛି ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ଧର୍ଯ୍ୟ ନହରାଇବାକୁ କହିବା ସହ ହିଜବୁଲ୍ଲା କହିଛି- ‘ଇସ୍ରାଏଲ ଉପରେ ସ୍ଥଳ ଆକ୍ରମଣ ପାଇଁ ଆମେ ପ୍ରସ୍ତୁତ’ । ଶୁକ୍ରବାର ଦିନ ଇସ୍ରାଏଲର ଏକ ଆକ୍ରମଣରେ ହାସନ ନସରଲ୍ଲା ନିହତ ହେବା ପରେ ହିଜବୁଲ୍ଲା ଖୁବ୍ ଶୀଘ୍ର ଏହାର ନେତା ଚୟନ କରିବ ବୋଲି ହିଜବୁଲ୍ଲାର ଉପନେତା ଶେଖ୍ ନାଇମ୍ କାସେମ୍ କହିଛନ୍ତି ।

ହିଜବୁଲ୍ଲା ନେତା ଶେଖ୍ ନଇମ୍ କାସେମ କହିଛନ୍ତି, ହିଜବୁଲ୍ଲା ଇସ୍ରାଏଲ ଉପରେ ସ୍ଥଳ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି ଏବଂ ଏହି ସଂଗଠନ ଇସ୍ରାଏଲ ବିରୋଧରେ ଲଢ଼େଇ ଜାରି ରଖିବ । ଆନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରଏଟର୍ସର ରିପୋର୍ଟ ଅନୁଯାୟୀ – ଡେପୁଟି ଚିଫ୍ କାସିମ୍ କହିଛନ୍ତି ଯେ ହିଜବୁଲ୍ଲା ଏହାର ଅଭିଯାନ ଜାରି ରଖିଛି । ଏହି ଲଢ଼େଇ ଲମ୍ବା ହୋଇପାରେ ବୋଲି ସେ କହିଛନ୍ତି ।

ଭାଷଣ ଶେଷରେ ସେ ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି । ହିଜବୁଲ୍ଲାର ଏଭଳି ବୟାନକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ବିଭିନ୍ନ ଦେଶର ବିଶେଷଜ୍ଞ । ତେବେ ଆଗକୁ ଦୁଇ ଦେଶର ପରିସ୍ଥିତି କଣ ହେବ ତାହା ଆଗାମୀ ଦିନରେ ଜଣା ପଡ଼ିବ ।

Get real time updates directly on you device, subscribe now.