fbpx

ହାଇକୋର୍ଟଙ୍କ ନିର୍ଦ୍ଦେଶ: ତହସିଲଦାରଙ୍କୁ ଦିଆଯିବ ୧ ମାସର ଅନଲାଇନ ତାଲିମ

ପଟ୍ଟାମୁଣ୍ଡାଇ(ଭାସ୍କର ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ହାତଲେଖା ପଟ୍ଟା ଥିବା ଜାଗାକୁ ଜବରଦଖଲ ଦର୍ଶାଇ ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟର ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ପାଇଁ ଏକ ଅନ୍ଲାଇନ୍ ତାଲିମ କାର୍ଯ୍ୟକ୍ରମ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

ମାମଲାର ବିବରଣୀରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ତରଫରୁ ଜବରଦଖଲ ଉଚ୍ଛେଦ ନେଇ ଜାରି କରାଯାଇଥିବା ନୋଟିସକୁ ଚାଲେଞ୍ଜ କରି ଖରିପାଳ ଗ୍ରାମର ମଣିନାଥ ସ୍ୱାଇଁ ହାଇକୋର୍ଟରେ ଡବ୍ଲି ପିସି-୨୪୪୭୩/୨୦୨୪ ଦାୟର କରିଥିଲେ ।

 

ଏନେଇ ଜଷ୍ଟିସ୍ଡ କ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ମଣିନାଥ ସ୍ୱାଇଁଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ୍ କେତେ ତାରିଖରେ ଜାରି କରାଯାଇଥିଲା ସେ ନେଇ କିଛି ଉଲ୍ଲେଖ କରାଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା । ଆଉ କେତେକ ମାମଲାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା ।

 

ଏନେଇ ହାଇକୋର୍ଟ ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇ କେପରି ଉପଯୁକ୍ତ ଭାବେ ସବିଶେଷ ତଥ୍ୟ ସମ୍ବଳିତ ଉଚ୍ଛେଦ ନୋଟିସ୍ ଜାରି କରାଯିବ । ଏବଂ ଯାହାଦ୍ୱାରା ନାଗରିକମାନେ ଅଯଥା ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ ସେ ନେଇ ଅନ୍ଲାଇନ୍ ତାଲିମ ଦିଆଯିବ  । ପର୍ଯ୍ୟାୟକ୍ରମେ ଏହି ତାଲିମ ଦିଆଯିବ । ଏକ ମାସ ଭିତରେ ତାଲିମ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବାଶିଷ ତ୍ରିପାଠୀ ମାମଲାର ପରିଚାଳନା କରିଥିଲେ  ।

Get real time updates directly on you device, subscribe now.